Advertisment

Police Vehicle Crushed in Collision: ପୋଲିସ ଗାଡ଼ିକୁ ପିଟିଲା କାର୍, ପୋଲିସ ଅଧିକାରୀଙ୍କ ସମେତ ଚାଳକ ଗୁରୁତର

ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି ସ୍କୋଡ଼ା। ସ୍କୋଡ଼ାରେ ଥିବା ମହିଳା ଚାଳକଙ୍କ ସମେତ ଓ ପୋଲିସ ପେଟ୍ରୋଲିଂ ଗାଡ଼ିରେ ଥିବା କାର୍ଯ୍ୟରତ ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

Accident

Accident Photograph: (OTV)

Advertisment

ନାଇଟ୍ ଚେକିଂ ସମୟରେ ପୋଲିସ୍ ଭ୍ୟାନକୁ ପଛ ପଟୁ ପିଟିଲା ସ୍କୋଡ଼ା । ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟାଇଛି କଳା ସ୍କୋଡା। ଆଚାର୍ଯ୍ୟ ବିହାର ଛକରେ ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି ସ୍କୋଡ଼ା। ଦୁର୍ଘଟଣାରେ ସ୍କୋଡ଼ାରେ ଥିବା ମହିଳା ଚାଳକଙ୍କ ସମେତ ଓ ପୋଲିସ ପେଟ୍ରୋଲିଂ ଗାଡ଼ିରେ ଥିବା କାର୍ଯ୍ୟରତ ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ଅଧରେ ଆଚାର୍ଯ୍ୟ ବିହାର ଛକରେ ବାଲିଅନ୍ତା ଥାନା ଅଧିକାରୀ ଓ ପିସିଆର ଟିମ ନାଇଟ ଚେକିଂ ସମୟରେ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ସ୍କୋଡା ଗାଡ଼ିର ସାମ୍ନା ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ବାଲିଅନ୍ତା ଥାନା ଅଧିକାରୀଙ୍କ ଡ଼୍ରାଇଭର ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସ୍କୋଡ଼ା କାରର ମହିଳା ଚାଳକଙ୍କୁ ପୋଲିସ ପଚରାଉଚରା କରିଛି। 

Advertisment

ପୋଲିସ ପେଟ୍ରୋଲିଂ ଗାଡ଼ିକୁ ପିଟିଲା ସ୍କୋଡ଼ା 

ଭୁବନେଶ୍ବର ଆଚାର୍ଯ୍ୟ ବିହାର ଛକରେ ମର୍ମନ୍ତୁଦ ଦୁର୍ଘଟଣା
ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ପିଟିଲା ସ୍କୋଡ଼ା 
ପୋଲିସ ଅଧିକାରୀଙ୍କ ସମେତ କାର୍ ଚାଳକ ଗୁରୁତର
ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି 

Police Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ