Accident Photograph: (OTV)
ନାଇଟ୍ ଚେକିଂ ସମୟରେ ପୋଲିସ୍ ଭ୍ୟାନକୁ ପଛ ପଟୁ ପିଟିଲା ସ୍କୋଡ଼ା । ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟାଇଛି କଳା ସ୍କୋଡା। ଆଚାର୍ଯ୍ୟ ବିହାର ଛକରେ ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି ସ୍କୋଡ଼ା। ଦୁର୍ଘଟଣାରେ ସ୍କୋଡ଼ାରେ ଥିବା ମହିଳା ଚାଳକଙ୍କ ସମେତ ଓ ପୋଲିସ ପେଟ୍ରୋଲିଂ ଗାଡ଼ିରେ ଥିବା କାର୍ଯ୍ୟରତ ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ଅଧରେ ଆଚାର୍ଯ୍ୟ ବିହାର ଛକରେ ବାଲିଅନ୍ତା ଥାନା ଅଧିକାରୀ ଓ ପିସିଆର ଟିମ ନାଇଟ ଚେକିଂ ସମୟରେ ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ସ୍କୋଡା ଗାଡ଼ିର ସାମ୍ନା ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ବାଲିଅନ୍ତା ଥାନା ଅଧିକାରୀଙ୍କ ଡ଼୍ରାଇଭର ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସ୍କୋଡ଼ା କାରର ମହିଳା ଚାଳକଙ୍କୁ ପୋଲିସ ପଚରାଉଚରା କରିଛି।
ପୋଲିସ ପେଟ୍ରୋଲିଂ ଗାଡ଼ିକୁ ପିଟିଲା ସ୍କୋଡ଼ା
ଭୁବନେଶ୍ବର ଆଚାର୍ଯ୍ୟ ବିହାର ଛକରେ ମର୍ମନ୍ତୁଦ ଦୁର୍ଘଟଣା
ଅନ୍ ଡ୍ୟୁଟି ପୋଲିସ ପେଟ୍ରୋଲିଂ ଗାଡ଼ିକୁ ପିଟିଲା ସ୍କୋଡ଼ା
ପୋଲିସ ଅଧିକାରୀଙ୍କ ସମେତ କାର୍ ଚାଳକ ଗୁରୁତର
ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/accident-2026-01-31-17-27-38.jpg)