Aircraft Crash Photograph: (OTV)
କେମିତି ଓ କେଉଁ ପରିସ୍ଥିତିରେ ରାଉରକେଲା ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟର ବିମାନ। ଆଜି ପହଞ୍ଚିବ DGCA ଟିମ୍। AAIB ଟିମ୍ କାଲି ସୁଦ୍ଧା ରାଉରକେଲା ପହଞ୍ଚିବା ନେଇ ସୂଚନା ମିଳିଛି। ସମନ୍ବୟ ପାଇଁ ଭୁବନେଶ୍ବରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ରାଉରକେଲା ଯାଇଛନ୍ତି। ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ। କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ସହ ମୋବାଇଲ୍ ନମ୍ବର ୯୮୬୧୦୯୬୩୭୧ ଜାରି କରାଯାଇଛି। ...
ଭୁବନେଶ୍ବରରୁ ଦିନ ୧୨ଟା ୨୭ରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଚାର୍ଟର ବିମାନ ରାଉରକେଲା ଅଭିମୁଖେ ଯାଇଥିଲା। ୧୨ଟା ୫୮ରେ ବିମାନ ରାଉରକେଲା ଏଟିସି ସହ ଯୋଗାଯୋଗରେ ଆସିଥିଲା। କିନ୍ତୁ ଏହାର କିଛି ସମୟ ପରେ ଦିନ ଗୋଟାଏ ୧୪ରେ ମେ ଡେ ମାଗିଥିଲେ ପାଇଲଟ୍। ଏହାପରେ ଗୋଟାଏ ୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଫୋର୍ସ ଲ୍ୟାଣ୍ଡିଂ କରିଥିଲା ବିମାନ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଆସୁଛି DGCA ଟିମ୍
ରାଉରକେଲାରେ କେମିତି ଫୋର୍ସ ଲ୍ୟାଣ୍ଡିଂ ହେଲା ବିମାନ ?
ଆଜି ପହଞ୍ଚିବ DGCA ଟିମ୍
AAIB ଟିମ୍ କାଲି ସୁଦ୍ଧା ରାଉରକେଲା ପହଞ୍ଚିବେ
ଭୁବନେଶ୍ବରରୁ ଗଲେ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ
ଭୁବନେଶ୍ବରରୁ ଦିନ ୧୨ଟା ୨୭ରେ ଉଡ଼ାଣ ଭରିଥିଲା ବିମାନ
୧୨ଟା ୫୮ରେ ରାଉରକେଲା ଏଟିସି ସହ ଯୋଗାଯୋଗରେ ଆସିଥିଲା
ଦିନ ୧ଟା ୧୪ରେ ମେ ଡେ ମାଗିଥିଲେ ପାଇଲଟ୍
ଦିନ ୧ଟା ୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ
ଫୋର୍ସ ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ
ଦୁର୍ଘଟଣାରେ ୪ ଯାତ୍ରୀ ଓ ୨ ପାଇଲଟ୍ ଆହତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/aircraft-crash-2026-01-10-18-57-54.jpg)