Advertisment

Train Accident: ଭୟଙ୍କର ଦୁର୍ଘଟଣା; ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍

ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା। ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି ବଢ଼ପାରେ ମୃତ୍ୟୁ ସଂଖ୍ୟା।

Train Accident

Chhattishgarh Train Accident Photograph: (OTV)

Advertisment

ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା। ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ମଧ୍ୟ ହୋଇଛି।

Advertisment

ଛତିଶଗଡ଼ ବିଳାସପୁରରେ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିପାରେ। ଦୁର୍ଘଟଣା ପରେ ରେଳ ଅଧିକାରୀ ଏବଂ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ରେଳବାଇ ପକ୍ଷରୁ ଏକାଧିକ ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଯାଇଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ପାଇଁ ପହଞ୍ଚିଛି। ଦୁର୍ଘଟଣା ଯୋଗୁଁ ସଂପୃକ୍ତ ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକର ଗତିପଥ ପରିବର୍ତ୍ତନ କରାଯାଇଛି। ଏକ ବ୍ୟସ୍ତବହୁଳ ରେଳପଥ ବିଳାସପୁର-କଟନି ସେକ୍ସନରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ରେଳବାଇ ତଦନ୍ତ ଆରମ୍ଭ କରିଛି।

Advertisment

Breaking News odishatv Chhattisgarh Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ