Advertisment

Gaping Drain Claims Victims: ଆଁ କରି ମୁଣ୍ଡ ଖାଉଛି ଡ୍ରେନ୍, ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ

ମୁକୁଳା ପକାଇଛି ବିଭାଗ ।ସହରର ଛାତି ଉପରେ, ମାଳ ମାଳ ମୁକୁଳା ଡ୍ରେନ। ଜୀବନ ଗଲାଣି, ହେଲେ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । ଏଇ ଡ୍ରେନରେ ପଡି ଜଣଙ୍କର ଜୀବନ ଯାଇଛି । ଚୁପ୍ ବସିଛି ପୂର୍ତ୍ତ ବିଭାଗ ।

Open-Drain-Death

Open-Drain-Death Photograph: (OTV)

Advertisment

ମୁକୁଳା ପକାଇଛି ବିଭାଗ । ସହରର ଛାତି ଉପରେ, ମାଳ ମାଳ ମୁକୁଳା ଡ୍ରେନ । ଜୀବନ ଗଲାଣି, ହେଲେ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । ଗତକାଲି ସନ୍ଧ୍ୟାରେ ଏଇ ଡ୍ରେନରେ ପଡି ଜଣଙ୍କର ଜୀବନ ଯାଇଛି । ବାରମ୍ବାର ଅଭିଯୋଗ, ଅନୁରୋଧ ପରେ ବି ଚୁପ୍ ବସିଛି ପୂର୍ତ୍ତ ବିଭାଗ । ଏ ଘଟଣା ବଲାଙ୍ଗୀର ସହରର । 

Advertisment

ବଲାଙ୍ଗୀରରେ ଏବେ ବିପଦ ହୋଇଛି ମୁକୁଳା ଡ୍ରେନ । ସହର ଭିତର ଦେଇ ଯାଇଥିବା ଏନ.ଏଚ  ଓ ପୂର୍ତ୍ତବିଭାଗ ରାସ୍ତାରେ ମାଳ ମାଳ ଡ୍ରେନ ରହିଛି, ହେଲେ କାହାରି ଢାଙ୍କୁଣି ନାହିଁ । ଗତକାଲି ସନ୍ଧ୍ୟାରେ ସହର ଭିତରେ ଏଇ ମୁକୁଳା ଡ୍ରେନରେ ପଡି ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ୪୫ ବର୍ଷୀୟ ବୀରେନ୍ଦ୍ର ନାଏକ ।  ଗତକାଲି ସନ୍ଧ୍ୟାରେ ସେ ସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଡ୍ରେନରେ ପଡିଯାଇଥିଲେ । ପଛ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । 

ମୃତ୍ୟୁ ପାଇଁ ଦାୟୀ କିଏ ?

ମୃତ ବୀରେନ୍ଦ୍ରଙ୍କର ଏକମାତ୍ର ଝିଅ ଓ ସ୍ତ୍ରୀ ଅଛନ୍ତି । ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ରୋଜଗାରିଆ ବାପା ଚାଲିଗଲା ପରେ ଏବେ ଅସହାୟ ହୋଇପଡିଛି ପରିବାର । ତାଙ୍କର ମୃତ୍ୟୁ ପାଇଁ ସ୍ଥାନୀୟ ଲୋକେ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି । କିନ୍ତୁ କ୍ଷତିପୂରଣ ତ ଦୂରର କଥା, ଏ ଯାଏଁ ମୃତକଙ୍କ ପରିବାରକୁ ଭେଟିନାହାନ୍ତି କେହି ବିଭାଗୀୟ ଅଧିକାରୀ । 

Advertisment

ଡ୍ରେନର ପାରିପାର୍ଶ୍ବିକ ପରିସ୍ଥିତି। ସାମ୍ନାରେ ବଲାଙ୍ଗୀରର ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ମନ୍ଦିର । ପାଖରେ ଅଛି ସର୍ବ ପୁରାତନ ପି.ଆର. ହାଇସ୍କୁଲ, ବଡ ବଡ ବ୍ୟାବସାୟିକ ପ୍ରତିଷ୍ଠାନ ସହ ମେଡିକାଲ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଜାଗାରେ ମାସ ମାସ ଧରି ମାଳ ମାଳ ଡ୍ରେନ ମୁକୁଳା ପଡିଛି । ଗତକାଲି ଜୀବନ ନେଇଥିବା ଏହି ଡ୍ରେନଟି ପୂର୍ତ୍ତ ବିଭାଗର ।

ଏସବୁ ଡ୍ରେନ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ନେଇ କିଛି ଦିନ ଆଗରୁ ପୂର୍ତ୍ତ ଅଧିକାରୀଙ୍କୁ ପୌରସଂସ୍ଥା ଅଭିଯୋଗ କରିଥିଲା । ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓ ବି ସମୀକ୍ଷା ବୈଠକରେ ତାଗିଦ କରିଥିଲେ । କିନ୍ତୁ ଶୁଣିନଥିଲା ପୂର୍ତ୍ତବିଭାଗ । ଯେଉଁଥିପାଇଁ ଜଣକର ଜୀବନ ଗଲା । ଏମିତି ଆଉ କେତେ ଜୀବନ ଗଲାପରେ ଚେତିବ ବିଭାଗ ? 

Advertisment

Death Open Drain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ