Advertisment

Stampede At Venkateswara: ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ମନ୍ଦିର ମୁଖିଆଙ୍କ ନାଁରେ ରୁଜୁ ହେଲା ମାମଲା...୯ ମୃତ, ୨୫ ଜଣ ଆହତ

ଦୁଃଖଦ, ଆକସ୍ମିକ, ଅଭାବନୀୟ। ଭଗବାନଙ୍କ ଦର୍ଶନ ବେଳେ ଅଘଟଣ, ଭାବଭକ୍ତିର ପରିବେଶରେ ମାଡ଼ି ଆସିଲା ଅକାଳ ମୃତ୍ୟୁ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶିବୁଗାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।

STAMPEDE

STAMPEDE Photograph: (OTV)

Advertisment

ଦୁଃଖଦ, ଆକସ୍ମିକ, ଅଭାବନୀୟ। ଭଗବାନଙ୍କ ଦର୍ଶନ ବେଳେ ଅଘଟଣ, ଭାବଭକ୍ତିର ପରିବେଶରେ ମାଡ଼ି ଆସିଲା ଅକାଳ ମୃତ୍ୟୁ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶିବୁଗାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। କାର୍ତ୍ତିକ ମାସ ଶେଷ ଶନିବାର ଲାଗି ଆଜି ସକାଳୁ ସ୍ଥାନୀୟ ଭେଙ୍କେଟେଶ୍ବର ମନ୍ଦିରରେ ହୋଇଥିଲା ପ୍ରବଳ ଜନସମାବେଶ। ସକାଳୁ ସକାଳୁ ଦର୍ଶନ ପାଇଁ ଆଖାପାଖ ଅଞ୍ଚଳରୁ ଭିଡ଼ ଜମାଇଥିଲେ ପ୍ରାୟ 10 ହଜାରରୁ ଅଧିକ ଭକ୍ତ। ପ୍ରତି ଶନିବାର ଏଠି 2ରୁ 3 ହଜାର ଲୋକଙ୍କ ଭିଡ଼ ଜମୁଥିବା ବେଳେ କାର୍ତ୍ତିକ ଶେଷ ଶନିବାର ଲାଗି ଆଜି ଥିଲା ଖଚାଖଚ ପରିବେଶ। କୁହାଯାଉଛି ମନ୍ଦିରକୁ ଯିବାକୁ ଥିବା ପାହାଚ ପାର୍ଶ୍ବ ଷ୍ଟିଲ ରେଲିଂ ହଠାତ ଭାଙ୍ଗିଯିବାରୁ କିଛି ଭକ୍ତ ମନ୍ଦିରର ସିମେଣ୍ଟ ଚଟଣାକୁ ଖସିପଡ଼ିଥିଲେ। ଆଉ ତା ପରେ ଆରମ୍ଭ ହୋଇଥିଲା ଦଳାଚକଟା ସ୍ଥିତି।

 ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲା ସୀମାରୁ ପ୍ରାୟ 45 କିଲୋମିଟର ଦୂର ପଲାସାର କାଶିବୁଗାର ଏ ଭେଙ୍କେଟଶ୍ବର ମନ୍ଦିର ଆଜିକୁ ପ୍ରାୟ 4 ମାସ ତଳେ ଖୋଲିଥିଲା। ପ୍ରାୟ 12 ଏକର ପରିମିତ ଜାଗାରେ ହରି ନାରାୟଣ ପଣ୍ଡା ନାମକ ଜଣେ ପ୍ରବାସୀ ଓଡ଼ିଆ, ଘରୋଇ ଭାବେ ଏ ମନ୍ଦିର ପ୍ରତିଷ୍ଠା କରିଥିଲେ। ଧିରେ ଧିରେ ଆଖପାଖ ଅଞ୍ଚଳରେ ଏ ମନ୍ଦିରଟି ସାନ ତିରୁପତି ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି। ତେବେ ଆଜିର ଏ ଆକସ୍ମିକ ଅଘଟଣ ପରେ ମନ୍ଦିର ମୁଖ୍ୟଙ୍କୁ ପୋଲିସ ଅଟକ ରଖିଛି। ତାଙ୍କ ବିରୋଧରେ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି ପୋଲିସ।

Advertisment



ପଲାସା ମନ୍ଦିରରେ ଏ ଘଟିଥିବା ଅଘଟଣ ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ସେପଟେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାର ପାଇଁ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ଲାଗି 50 ହଜାର ଟଙ୍କା ଘୋଷଣା କରିଛନ୍ତି। ଏ ଘଟଣା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ମୃତାହତଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜଣାଇଛନ୍ତି।

ସେପଟେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ମନ୍ଦିର ଦଳାଚକଟାରେ ଜଣେ ଓଡ଼ିଆ ଯୁବତୀ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ନାଁ ଆର. ରୁପା।  ମୃତ ଯୁବତୀ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର। ଯୁବତୀ ଜଣକ କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିବା ବେଳେ ଏହି ଅଘଟଣର ଶିକାର ହୋଇଛନ୍ତି। ଯୁବତୀଙ୍କ ସହ ଯାଇଥିବା ଆଉ ଜଣେ ମହିଳାମଧ୍ୟ ଦଳାଚକଟାରେ ଗୁରୁତର ହୋଇଛନ୍ତି।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ