fire Photograph: (OTV)
ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଦୀର୍ଘ ୬ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ ଆୟତ୍ତ ହୋଇପାରିନି। ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଫସି ଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି।
ନିଆଁରେ ଜଳିପୋଡ଼ି ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୋମବାର ରାତି ୧୦ଟା ବେଳେ ହଠାତ୍ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ବାହାରିଥିଲା ଆଉ କ୍ଷଣିକ ମଧ୍ୟରେ ନିଆଁ ବ୍ୟାପିଯାଇଥିଲା।
ଜଳୁଛି ସୁପରମାର୍ଟ
ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ
ଜଳିପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ନିଆଁ
ସୁପରମାର୍ଟର ତୃତୀୟ ମହଲାରେ ଲାଗିଛି ନିଆଁ
ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ
ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/fire-2026-02-24-08-31-25.jpg)