Advertisment

Jatra Party Vehicle Overturns: ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି, ଛିଟିକି ହୋଇ ପଡ଼ିଲେ ୮ କଳାକାର

ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି। ଭ୍ୟାନଟି ସଂପୂର୍ଣ୍ଣ ଚୁରମାର ହୋଇ ୮ ଜଣ ଆହତ ହୋଇଛନ୍ତି । ଯାତ୍ରା କରି ସାରି ରାଇଘର ବ୍ଲକ ମୁଣ୍ଡିବେଡ଼ା ଗାଁରୁ ଫେରିବା ବେଳେ ଦୁର୍ଘଟଣା ଘଟିଛି।

ACCIDENT

ACCIDENT Photograph: (OTV)

Advertisment

ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି। ଭ୍ୟାନଟି ସଂପୂର୍ଣ୍ଣ ଚୁରମାର ହୋଇ ୮ ଜଣ ଆହତ ହୋଇଛନ୍ତି । ଯାତ୍ରା କରି ସାରି ରାଇଘର ବ୍ଲକ ମୁଣ୍ଡିବେଡ଼ା ଗାଁରୁ ଫେରିବା ବେଳେ ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ କଳାକାରଙ୍କୁ ନେଇ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଘାଟିରେ ବ୍ରେକ ଫେଲ ହୋଇ ଗାଡି ଦୁର୍ଘଟଣା ହୋଇଥିବା କୁହାଯାଇଛି।

ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ୮ ଜଣ କଳାକାର ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

Advertisment

ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି
ଭ୍ୟାନ୍ ସଂପୂର୍ଣ୍ଣ ଚୁର୍ ମାର୍ 
ଦୁର୍ଘଟଣାରେ ୮ ଆହତ 
ଯାତ୍ରା କରି ଫେରିବା ବେଳେ ଦୁର୍ଘଟଣା
ଗାଁରୁ ଫେରିବା ବେଳେ ଦୁର୍ଘଟଣା

Accident Nabrangpur Jatra Party Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ