Advertisment

Fire Broke Out: ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ, ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି । ୫ଜଣ ଗୁରୁତର ଥିବା ସୂଚନା ରହିଛି । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ନିଆଁ ଲାଗିଥିଲା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍‌ରୁ ସର୍ଟ ସର୍କିଟ ଘଟି ନିଆଁ ବ୍ୟାପିଥିଲା

fire broke out

fire broke out Photograph: (OTV)

Advertisment

ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି । ୫ଜଣ ଗୁରୁତର ଥିବା ସୂଚନା ରହିଛି । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ନିଆଁ ଲାଗିଥିଲା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍‌ରୁ ସର୍ଟ ସର୍କିଟ ଘଟି ନିଆଁ ବ୍ୟାପିଥିଲା ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ।

Advertisment

Advertisment

ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଥିଲା ।  ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ ।  ନିଆଁର ପ୍ରକୋପ ଦେଖି, ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ କାର୍ଯ୍ୟରେ ଲାଗି ପଡ଼ି ରୋଗୀମାନଙ୍କୁ ସେମାନଙ୍କ ବେଡ୍ ସହିତ ବାହାର କରିବାକୁ ଲାଗିଥିଲେ ।

Advertisment

ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ