Accident Photograph: (OTV)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ଛକରେ ଟ୍ରାକ୍ଟର ଧକାରେ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ସାନଚଢିଆପଡା ଗ୍ରାମର ମୁନା ଜେନା। ସେ ନିଜ ଗାଡ଼ିରେ ପଥରା ଛକରେ ପରିବା ବିକ୍ରି କରୁଥିବା ସମୟରେ ଟ୍ରାକ୍ଟର ଟି ଧକ୍କା ଦେଇଥିଲା l
ଦୁର୍ଘଟଣାରେ ମୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଚମ୍ପଟ ମାରିଥିଲା l ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଟ୍ରାକ୍ଟରକୁ ମୁଖ୍ୟ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ଆସିକା ଠାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୩୦ରେ ଯାତାୟତ ବନ୍ଦ ରହିଛି l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/accident-2026-03-08-13-26-44.jpg)