FIRE Photograph: (OTV)
ଫୁଲବାଣୀରେ ଭୟଙ୍କର ଦୁର୍ଘଟଣା । ପରସ୍ପରକୁ ଧକ୍କା ଦେଇ ଜଳିଗଲା ଅଟୋ-କାର୍ । ଗାଡ଼ି ଭିତରେ ଜଣେ ଜୀବନ୍ତ ଦଗ୍ଧ ହୋଇଗଲେ । ଫୁଲବାଣୀ ଦାତପାଜୁରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଭେଟଖୋଲ ଘାଟି ନିକଟରେ ଗୋଟିଏ କାର୍ ଓ ଅଟୋ ମୁହାଁମୁହିଁ ହୋଇଥିଲେ ।
ବାହାରି ପାରିଲେନି ଗାଡ଼ିରୁ
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିଯାଇଥିଲା ଉଭୟ ଗାଡ଼ି । ଜଣେ ଗାଡ଼ି ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଉ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇି । ଫୁଲବାଣୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/fire-2026-01-17-20-41-27.jpg)