Fire Photograph: (OTV)
ସୁପରମାର୍ଟ ନିଆଁକୁ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା । ପାଣିରେ ଆୟତ୍ତ ହେଉନି ନିଆଁ । ତେଣୁ ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରାଯାଉଛି । କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି ଅଗ୍ନିଶମ ଡିଜି । ଅତ୍ୟନ୍ତ ଦହନୀୟ ସାମଗ୍ରୀ ପ୍ଲାଷ୍ଟିକ ଥିବାରୁ ନିଆଁ ବ୍ୟାପି ଚାଲିଛି । ଥମିବାର ନାଁ ଧରୁନି । ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ ଦମକଳ ଗାଡ଼ି ନିୟୋଜିତ ହୋଇଛି ।
ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିଛି। ସ୍ଥିତି ବର୍ତ୍ତମାନ ଏଭଳି ହୋଇଛି ଯେ ବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ।
କଷ୍ଟକର ହୋଇପଡୁଛି ସୁପର ମାର୍ଟରୁ ନିଆଁ ଲିଭାଇବା। ଆହୁରି ୩ରୁ ୪ ଘଣ୍ଟା ଲାଗିପାରେ ନିଆଁକୁ ଆୟତ୍ତ କରିବାକୁ। କେବଳ ପାଣିରେ ଲିଭାଇବା ସମ୍ଭବ ପର ହେଉନାହି।ଏଣୁ କାନ୍ଥ ଭଙ୍ଗା ଯାଉଛି। ସବୁଠୁ ବଡ କଥା ହେଉଛି ମାର୍ଟ ଭିତରକୁ ଯିବା ପାଇଁ କୌଣସି ଅନ୍ୟ ବିକଳ୍ପ ନାହି। ସମ୍ପୂର୍ଣ୍ଣ ଆବଦ୍ଧ ହୋଇ ରହିଛି। କୌଣସି ଝରକା ମଧ୍ୟ ନାହିଁ। ଫଳରେ ନିଆଁ ଲିଭାଇବାରେ ବାଧା ସୃଷ୍ଟି ହେଉଥିବା ଅଗ୍ନିଶମ ଡିଜି କହିଛନ୍ତି।
ଜଳୁଛି ସୁପରମାର୍ଟ
କଷ୍ଟକର ହୋଇପଡିଛି ସୁପର ମାର୍ଟରୁ ନିଆଁ ଲିଭାଇବା
୩ରୁ ୪ ଘଣ୍ଟା ଲାଗିପାରେ ନିଆଁ ଆୟତ୍ତ କାର୍ଯ୍ୟ
ନିଆଁ ଲିଭାଇବାକୁ ଭଙ୍ଗା ଯାଉଛି କାନ୍ଥ
ମାର୍ଟ ଭିତରକୁ ଯିବା ପାଇଁ ନାହିଁ ଅନ୍ୟ ବିକଳ୍ପ
ଝରକା ନଥିବାରୁ ନିଆଁ ଆୟତ୍ତ କରିବାରେ ବାଧା ସୃଷ୍ଟି
ବିଲିଡିଂର ଷ୍ଟ୍ରକ୍ଚର ଷ୍ଟେବିଲିଟି ଠିକ୍ ନଥିବା କହିଲେ ଡିଜି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/fire-2026-02-24-12-11-22.jpg)