Advertisment

Tragedy Underground: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ବିସ୍ଫୋରଣରେ ୧୮ଶ୍ରମିକଙ୍କ ମୃତ୍ୟୁ

କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ NDRF ଓ SDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡ଼ିବ ।

BLAST

BLAST Photograph: (OTV)

Advertisment

ମେଘାଳୟରେ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଖଣି ଭିତରେ ଆଉ କିଛି ଚାପି ହୋଇଥିବା ଅନୁମାନ କରାଯାଉଛି। ଫଳରେ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା। ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାର ଏକ ବେଆଇନ୍ କୋଇଲା ଖଣିରେ ଆଜି ସକାଳେ ଏହି ବିସ୍ଫୋରଣ ହୋଇଥିଲା।

Advertisment

ମୃତକ ଶ୍ରମିକମାନେ ଆସାମର ବୋଲି ଜଣାପଡିଛି। ତେବେ ଖଣି ଭିତରେ କେତେ ଶ୍ରମିକ ଥିଲେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ NDRF ଓ SDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡ଼ିବ ।

Advertisment

ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା। ସେ କହିଛନ୍ତି, ବେଆଇନ କାର୍ଯ୍ୟକଳାପରେ ଜଡିତ ବ୍ୟକ୍ତି ଓ ଏହି ଘଟଣାରେ ଦାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ କାହାକୁ ଛଡ଼ା ଯିବନି ବୋଲି କହିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ। 

ପ୍ରଧାନମନ୍ତ୍ରୀଙ୍କ ସମବେଦନା

ସେପଟେ ଘଟଣାକୁ ନେଇ ଗଭୀର ଚିନ୍ତାପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରାଯାଇଛି। ... 

Advertisment
Dead Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ