Advertisment

Car Loses Control: ବଜାର ଭିତରେ ଧସେଇ ପଶିଲା କାର, ୭ଟି ବାଇକ ଚୁରମାର

ବଜାର ଭିତରେ ମଦ୍ୟପ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ। ଦ୍ରୁତଗତିରେ ଆସି ବଜାର ଭିତରେ ସିଧା ପଶେଇଦେଲେ କାର୍ । ୭ ବାଇକ ଭାଙ୍ଗିବା ସହ ଦୋକାନ କ୍ଷତିଗ୍ରସ୍ତ ହେବାରୁ ଉପୁଜିଥିଲା ଉତ୍ତେଜନା।

Accident

Accident Photograph: (OTV)

Advertisment

ଭୁବନେଶ୍ବର ଉପକଣ୍ଠ ବାଳକାଟି ବଜାର ଭିତରେ ମଦ୍ୟପ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ। ଦ୍ରୁତଗତିରେ ଆସି ବଜାର ଭିତରେ ସିଧା ପଶେଇଦେଲେ କାର୍ । ୭ ବାଇକ ଭାଙ୍ଗିବା ସହ ଦୋକାନ କ୍ଷତିଗ୍ରସ୍ତ ହେବାରୁ ଉପୁଜିଥିଲା ଉତ୍ତେଜନା। ବାଲିଅନ୍ତା ବାଳକାଟି ବଜାରରେ ଗତକାଲି ରାତିରେ ଘଟିଛି ଏହି ଘଟଣା।

Advertisment

ସରଦେଇପୁର ନିମାପଡା ରାସ୍ତାର ବାଳକାଟି ବଜାର ଅଟୋଷ୍ଟାଣ୍ଡ ନିକଟରେ OD 02 CW 8303 ନମ୍ବର ଥିବା କାର୍ ଦ୍ରୁତଗତିରେ ଆସି ଡାହାଣ ପଟକୁ ମାଡି ଯାଇଥିଲା। ତା ସହ ପାଖାପାଖି ୭ ଟି ବାଇକ ଉପରେ ଚଢ଼ିଯାଇଥିଲା। ବଜାରରେ ଉପସ୍ଥିତ ଲୋକେ ଡ୍ରାଇଭରକୁ ଅଟକ ରଖିବା ସହ ଗାଡି ଭଙ୍ଗା ରୁଜା କରିଛନ୍ତି। 

ଗତକାଲି ଶନିବାର ବାଳକାଟି ସାପ୍ତାହିକ ହାଟ ଥିବାରୁ ବଜାରରେ ଜମିଥିଲା ଲୋକଙ୍କ ଭିଡ଼। ସୌଭାଗ୍ୟ ବଶତଃ ଲୋକେ ବର୍ତ୍ତି ଯାଇଛନ୍ତି | ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । 

Advertisment

ବାଳକାଟି ବଜାରରେ ଦୁର୍ଘଟଣା

ମଦ୍ୟପ କାର୍ ଚାଳକଙ୍କ ଉନ୍ମତ୍ତ କାଣ୍ଡ
ବଜାର ଭିତରେ ଧସେଇ ପଶିଲା କାର
କାର୍ ସହ ୭ଟି ବାଇକ ସମ୍ପୂର୍ଣ୍ଣ ଚୁରମାର 
କାର୍ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

Car Driver Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ