Ama Bus Photograph: (OTV)
ପୁଣି ‘ଆମ ବସ୍’ ଦୁର୍ଘଟଣା । ଭୁବନେଶ୍ୱର ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ଗୋଟିଏ କି ଦୁଇଟି ୩ଟି ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ । ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର ଓ କଣ୍ଡକ୍ଟର ।
ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଦୁର୍ଘଟଣା ପରେ ପ୍ରଥମେ ଗୋଟିଏ ବସ୍ ଉପରକୁ ଟେକାପଥର ମାଡ଼ କରିଥିଲେ କିଛି ଲୋକ । ଏହା ପରେ ସେହି ରୁଟରେ ଆସୁଥିବା ଅନ୍ୟ ଦୁଇଟି ବସକୁ ମଧ୍ୟ ଅଟକାଇ ଭଙ୍ଗାରୁଜା କରିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପ୍ରଥମେ ମିୟନ୍ତ୍ରଣ କରିପାରିନଥିଲା । ତେଣୁ ଅଧିକ ଫୋର୍ସ ମଗାଯାଇଥିଲା ।
ଆଦୌ ବରଦାସ୍ତ କରାଯିବନି
ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ବସ୍ ଭଙ୍ଗାରୁଜା ଏହା ଅସାମାଜିକ କାର୍ଯ୍ୟ, ଏହାକୁ ଆଦୌ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ଗୁରୁତ୍ବର ସହ ଏହାକୁ ନେଇଛୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ତାଙ୍କ ମତରେ, ଦୁର୍ଘଟଣା ହେବ, ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି । କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କେହି କରି ପାରିବେନି ।
ଆଜି ସକାଳେ ପୁରୀରେ ‘ଆମ ବସ୍’ ଧକ୍କାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/ama-bus-2026-01-23-15-55-54.jpg)