Delhi-Agra-Accident Photograph: (OTV)
ଏକ୍ସପ୍ରେସୱେରେ ତାଣ୍ଡବ ରଚିଲା ଯମ । ପଛକୁ ପଛ ପିଟିହେଲେ ୭ ବସ୍, ୩ କାର୍ । ଛିଟିକି ପଡ଼ିଲେ ଲୋକ, ଚଟକିନା ଚାଲିଗଲା ଜୀବନ । ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ୍-ୱେରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ଚାହୁଁଚାହୁଁ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଦୁର୍ଘଟଣା ଘଟିବା ପରେ ସାଙ୍ଗେ ସଙ୍ଗେ ଗାଡ଼ି ଗୁଡ଼ିକ ଜଳିଯାଇଥିଲା । ଘନ କୁହୁଡ଼ି ଯୋଗୁ, ଏକାଥରେ ୭ଟି ବସ୍ ଓ ୩ଟି କାର୍ ପଛକୁ ପଛ ଧକ୍କା ହେଇଥିଲା । ମାତ୍ର କିଛି ସମୟ ଭିତରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଆଉ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲାରେ ଭର୍ତ୍ତି କରାଯାଇଛି ।
ମଙ୍ଗଳବାର ସକାଳେ ମଥୁରାର ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ-ୱେରେ ଘନ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପଛକୁ ପଛ ଧକ୍କା ହୋଇଥିଲା । ଭୋର ପ୍ରାୟ ୫ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ଜଣ ପୋଲିସ ଅଧିକାରୀଙ୍କ ମଧ୍ୟ ଜୀବନ ଯାଇଛି । ଦୁର୍ଘଟଣା ଘଟିବାର ମାତ୍ର କିଛି ସମୟ ଭିତରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ୪ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପରେ ମୋଟ୍ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା ।
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/delhi-agra-accident-2025-12-17-16-13-15.jpg)