Advertisment

Storm Alert: ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍, ଦାନା ବାନ୍ଧୁଛି ବାତ୍ୟା

ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ। ଗୋଟିଏ ଦାନା ବାନ୍ଧୁଛି ବାତ୍ୟା ଭାବେ, ଆଉ ଗୋଟିଏ ବଢ଼ାଉଛି ସସପେନ୍ସ। କାରଣ କେଉଁଠି କରିବ ଲ୍ୟାଣ୍ଡଫଲ୍ ? କ’ଣ ରହିବ ଗତିପଥ ? ଓଡ଼ିଶାରେ କି ପ୍ରଭାବ ପକାଇବ ଶୀତକାଳୀନ ସାଇକ୍ଲୋନ୍ ?

Cyclone

Cyclone Photograph: (OTV)

Advertisment

ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ। ଗୋଟିଏ ଦାନା ବାନ୍ଧୁଛି ବାତ୍ୟା ଭାବେ, ଆଉ ଗୋଟିଏ ବଢ଼ାଉଛି ସସପେନ୍ସ। କାରଣ କେଉଁଠି କରିବ ଲ୍ୟାଣ୍ଡଫଲ୍ ? କ’ଣ ରହିବ ଗତିପଥ ? ଓଡ଼ିଶାରେ କି ପ୍ରଭାବ ପକାଇବ ଶୀତକାଳୀନ ସାଇକ୍ଲୋନ୍ ? ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ? ବଢ଼ି ଚାଲିଛି ନାନା ଶଙ୍କା। ତେବେ ଅନ୍ୟ ଏକ ସିଷ୍ଟମ୍ ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ତେବେ ଯେଉଁ ବାତ୍ୟା ବି ଆସୁ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ।...
ବଙ୍ଗୋପସାଗରରେ ଆସୁଛି ବାତ୍ୟା...ବର୍ଷିପାରେ ନିର୍ଧୂମ ବର୍ଷା...ବହିପାରେ ପ୍ରବଳ ପବନ !...ହେଲେ କୁଆଡ଼େ ରହିବ ବାତ୍ୟାର ଗତିପଥ ? ସସପେନ୍ସ ବଢ଼ାଉଥିବା ଶୀତକାଳୀନ ସାଇକ୍ଲୋନ୍, ବୁଧବାର ନଚେତ ଗୁରୁବାର ସ୍ପଷ୍ଟ ହୋଇଯିବ। କାରଣ ଅତି ମନ୍ଥର ଗତିରେ ଦାନା ବାନ୍ଧୁଛି ଏହି ବାତ୍ୟା। ମାଲାକ୍କା ସମୁଦ୍ର ସନ୍ଧି ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟଚିହ୍ନିତ ଲଘୁଚାପଟି ପ୍ରଥମେ ଅବପାତର ରୂପ ନେବ।

Advertisment

ଏହାର ୪୮ ଘଣ୍ଟା ଭିତରେ ତଥା ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ। କିନ୍ତୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ଦିନ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ।

ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍

ସମ୍ଭାବ୍ୟ ବାତ୍ୟା କେଉଁଠି କରିବ ଲ୍ୟାଣ୍ଡଫଲ୍ ? ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ? ସେନେଇ କିନ୍ତୁ ସ୍ପଷ୍ଟତା ଆଣିନାହିଁ IMD। କାରଣ ଦ୍ବନ୍ଦ୍ବ ବଢ଼ାଉଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଦୁଇ ଦୁଇଟି ସିଷ୍ଟମ୍। ଗୋଟିଏ ମାଲାକ୍କା ନିକଟରେ ସୃଷ୍ଟି ହୋଇଥିବାବେଳେ ଆଉ ଗୋଟିଏ ସୃଷ୍ଟି ହୋଇଛି ଶ୍ରୀଲଙ୍କା ନିକଟରେ।

Advertisment

ତେବେ ପାଣିପାଗ ବିଜ୍ଞାନୀଙ୍କ ମତ, ମାଲାକା ସିଷ୍ଟମ ଆଜି ମାଲେସିଆ ଉପରେ ସକ୍ରିୟ ହେବା ସହ ଅବପାତ ଭିତରେ ସୀମିତ ରହିପାରେ। କିନ୍ତୁ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ। ଯଦି ବାତ୍ୟା ହୁଏ, ତେବେ ୩୦ ବେଳକୁ ତାମିଲନାଡୁରେ ଲ୍ୟାଣ୍ଡଫଲ୍ କରିପାରେ। ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। 

ଅମଳ ବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଛନକା। କାରଣ କେଉଁଠି ପାଚିଆସିଲାଣି ଧାନ କେଣ୍ଡା ତ ଆଉ କେଉଁଠି ଚାଲିଛି ଅମଳ ପ୍ରକ୍ରିୟା। ଏଭଳି ସ୍ଥିତିରେ ବାତ୍ୟା କି ବର୍ଷା ବି ଯଦି ହୁଏ, ତାହେଲେ ବରବାଦ ହୋଇଯିବ ବର୍ଷକର ଦାନାପାଣି।

Advertisment

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟାନ୍ୟ ପ୍ରସ୍ତୁତି କରାଯିବ। ଓଡ଼ିଶା ଅପେକ୍ଷା ତାମିଲନାଡୁରେ ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟତା ନାହିଁ, ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ। 

ବାତ୍ୟା ‘ମୋନ୍ଥା’ ଯିବାର ମାସେ ବି ହୋଇନି। ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଯେତିକି ଚର୍ଚ୍ଚା, ତା’ର ଗତିପଥକୁ ନେଇ ସେତିକି ଲାଗିରହିଛି ସସପେନ୍ସ।.... 

Weather Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ