Advertisment

Low-Pressure: ବଢ଼ିଲା ସମ୍ଭାବ୍ୟ ବାତ୍ୟା ଭୟ; ୧୨ ଘଣ୍ଟାରେ ଅବପାତ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେଉଛି। ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ଯାହ ଫଳରେ ବାତ୍ୟା ଭୟ ବଢିବାରେ ଲାଗିଲାଣି।

cyclone

cyclone Photograph: (OTV)

Advertisment

ବଙ୍ଗୋପସାଗରରେ ବଳ ଗୋଟାଉଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର। ଧୀରେ ଧୀରେ ଘନୀଭୂତ ହେଉଛି। ଲଘୁଚାପ କ୍ଷେତ୍ରଟି  ଲଘୁଚାପରେ ପରିଣତ ହେବା ପରେ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ଫଳରେ ବଢ଼ୁଛି ସମ୍ଭାବ୍ୟ ବାତ୍ୟାର ଭୟ।
ତେବେ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟା ପ୍ରଭାବ କ’ଣ ରହିବ? ଅବପାତଟି ସମ୍ଭାବ୍ୟ ବାତ୍ୟାରେ ପରିଣତ ହେବା ପରେ  କେଉଁଠି ସ୍ଥଳ ଭାଗ ଛୁଇଁବ ପାଣିପାଗ କେନ୍ଦ୍ର ପକ୍ଷରୁ ସେନେଇ ସୂଚନା ଦିଆଯାଇନାହିଁ। 
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପଛକୁ ପଛ ବଙ୍ଗୋପସାଗରେ ସୃଷ୍ଟି ହେବ ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ୨ଟି ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। ସେହିପରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରେ । ୨୬ ଓ ୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ସୃଷ୍ଟି ହେବାକୁ ଥିବା ଦ୍ବିତୀୟ ଲଘୁଚାପର ପ୍ରଭାବ ବେଶୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ମାତ୍ର ପଛକୁ ପଛ ୩ଟି ଲଘୁଚାପ ନେଇ ବର୍ତ୍ତମାନ ସୁଦ୍ଧା IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। 
ଯେହେତୁ ଚଳିତ ମାସ ଶେଷକୁ ପଛକୁ ପଛ ତିନି ତିନିଟି ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଓ ଏହାର ପ୍ରକୋପ ନେଇ ବି ଅନୁମାନ ଲଗାଇଲେଣି, ତେଣୁ ବାତ୍ୟା ଭୟ ବଢିବାରେ ଲାଗିଲାଣି।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ତାଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । 

Advertisment
Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ