Advertisment

Three Low Pressures: ଏକା ସାଙ୍ଗରେ ୩ଟି ଲଘୁଚାପ ! ୨୫ ଓ ୨୬ରେ ଓଡିଶାରେ ବଡ ବର୍ଷା !

ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବେଳେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
CYCLONE

CYCLONE Photograph: (OTV)

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବେଳେ ପଶ୍ଚିମ ଉତ୍ତର  ପଶ୍ଚିମ ଦିଗକୁ ଗତି କରିବ। ଆଜି ସନ୍ଧ୍ୟା ସୁଦ୍ଧା  ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ରେ ଘନୀଭୂତ ହୋଇ  ଉତ୍ତର ତାମିଲ ନାଡୁ,ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର  ଉପକୂଳ ଆଡକୁ ଗତି କରିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଏହା ପ୍ରଭାବରେ  ଦକ୍ଷିଣ ଓଡିଶାର ଅଧିକାଂଶ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି । 

Advertisment

ଏହି ଲଘୁଚାପ ପଛେ ପଛେ ଆଉ ଏକ ଲଘୁଚାପ ସୃଷ୍ଟି ବି ହୋଇପାରେ। ପାଣିପାଗ ବିଜ୍ଞାନୀଙ୍କ ମତରେ କିଛି ଜାଗାରେ ବର୍ଷା ହୋଇପାରେ । ଚଳିତ ସପ୍ତାହ ରାଜ୍ୟରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହଛି ।ବର୍ତ୍ତମାନ ଗୋଟିଏ ଲଘୁଚାପ ସୃଷ୍ଟି ହୋଇସାରିଥିବାବେଳ ଆଗକୁ ଆଉ ଏକ,  ଲଘୁଚାପ ହେବ । ୨୪ କି ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ ତେବେ ଏହା କେତେ ଆଉ କେବେ ଘନୀଭୂତ ହେବ ଆଉ ଗତିପଥ କଣ ରହିବ ତାହା  ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ,କିନ୍ତୁ ୨୪ ତାରିଖ ବେଳକୁ ସ୍ପଷ୍ଟ ଜଣାପଡିବ ।

ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁଁ ଥଣ୍ଡା ପବନ ବହିବ। ମଝିରେ ମଝିରେ ପାଗ ମେଘୁଆ ରହିବା ସହିତ କିଛି କିଛି ଯାଗରେ ବର୍ଷା ହେବ। ପାଣିପାଗ ବିଶେଷଜ୍ଞଙ୍କ ମତରେ  ବର୍ତ୍ତମାନର ଲଘୁଚାପ ଦକ୍ଷିଣ ପଶ୍ଚିମ ଆଡକୁ ଗତି କରିବା ନେଇ ଜଣାପଡିଛି ଏହା ଆରବ ସାଗର ଆଡକୁ ବି ଯାଇପାରେ । ଏହାର ପ୍ରଭାବରେ ଓଡିଶାରେ ୨୪ ରୁ ୨୬ ତାରିଖ ପଯ୍ୟନ୍ତ ବର୍ଷା ହେବ କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ଏହାପରେ ଆଉ ଦୁଇଟି ଲଘୁଚାପ  କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

Advertisment

ଗୋଟିଏ ୨୬ରେ ଅନ୍ୟଟି ୨୯ରେ ସୃଷ୍ଟି ହୋଇପାରେ। ତୃତୀୟ ଲଘୁଚାପ କ୍ଷେତ୍ର ତାମିଲ ନାଡୁ ଆଡକୁ ଗତି କରିପାରେ । ଦ୍ବିତୀୟ ଲଘୁଚାପ ର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା ରହିଛି । ବାଲେଶ୍ବର ,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁର,ପୁରୀ,ଖୋର୍ଦ୍ଦା ,ନୟାଗଡ,ଗଂଜାମ,ଗଜପତି ,ରାୟଗଡା,କେରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାରେ ବର୍ଷା ର ଆଶଙ୍କା ରହିଛି । ଲଘୁଚାପ ସ୍ଥିତିକୁ ଦେଖି ରାଜ୍ୟ ସରକାର ଆଲର୍ଟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ