Advertisment

Odisha Weather Update: ରାଜ୍ୟରେ ବଢ଼ିବ ତାତି, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ବଢ଼ିବ ଦିନ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Heat Wave

Heat Wave Photograph: (OTV)

Advertisment

ରାଜ୍ୟରେ ବଢ଼ିବ ଦିନ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଏହାପରେ ପରବର୍ତ୍ତୀ ୩ ଦିନରେ ମଧ୍ୟ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନାହିଁ ବୋଲି ବିଭାଗର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡାରେ ସର୍ବାଧିକ ୩୭ ଦଶମିକ ୬ ଡିଗ୍ରୀ ସେଣ୍ଟିଗ୍ରେଡ  ଓ  ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡି ରେକର୍ଡ କରାଯାଇଛି ।

ସେହିପରି ଭୁବନେଶ୍ବରରେ ଗତକାଲି ସର୍ବାଧିକ ତାପମାତ୍ରା ୩୩ ଦଶମିକ ୭ ଡିଗ୍ରୀ ଥିବା ବେଳେ କଟକରେ ୩୨ ଦଶମିକ ୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି । ତେବେ ଆସନ୍ତାକାଲି ସକାଳ ସାଢେ ୮ଟା ସୁଦ୍ଧା ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Advertisment

ଏଥିପାଇଁ  ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ମଧ୍ୟ  ବିଭାଗ ପକ୍ଷରୁ କୁହାଯାଇଛି । 

Heatwave Heatwave Alert Weather Update Odisha Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ