MONTHA-PREPARATION Photograph: (OTV)
ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ସ୍ଥଳ ଯେତିକି ସ୍ପଷ୍ଟ ହେଉଛି, ଏଣେ ତାର ପ୍ରଭାବର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ସେତିକି ଜୋରଦାର ହେଉଛି। ମାଲକାନଗିରି, କୋରାପୁଟ ସହ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳଙ୍କ ସହ ବୈଠକ କରି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ।
ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯିବା ସହ ମାଇକ ଯୋଗେ ଉପକୂଳିଆ ଲୋକଙ୍କୁ ସଚେତନ କରାଗଲାଣି। ତେଣେ ଗଂଜାମ ପରେ ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ବି ରବିବାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି ସ୍ଥାନୀୟ ପ୍ରଶାସନ।...
ଗ୍ରାଉଣ୍ଡରେ ଆଲର୍ଟ, ସରକାରଙ୍କ ପ୍ରିପାରେସନ୍
ବାତ୍ୟା ମୋନ୍ଥା ମୁକାବିଲା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ। ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ । ପାରାଦୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ସହ ଷଣ୍ଡକୁଦ, ନୂଆବଜାର, ଚୌମୁହାଣି ଓ ଅଠରବାଙ୍କି ଅଞ୍ଚଳରେ ମାଇକ ଦ୍ୱାରା ସତର୍କ କରିଛି ମତ୍ସ୍ୟ ବିଭାଗ ଏବଂ ସାମୁଦ୍ରିକ ଥାନା। ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ।ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ନିର୍ଦ୍ଦେଶ।
ଅକ୍ଟୋବରରେ ବାତ୍ୟା କଥା ଶୁଣି ପୁଣି ପାରାଦ୍ବୀପ ମତ୍ସ୍ୟଜୀବୀଙ୍କ ମନକୁ ଆସିଯାଉଛି ମହାବାତ୍ୟା। ବାତ୍ୟା ପ୍ରଭାବରୁ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଶା, ଓ ଅଙ୍ଗନୱାଡିକର୍ମୀଙ୍କୁ ଲଗାଇ ଗାଁ ଗାଁରେ ଆଇଏମଡିର ଆକଳନ ନେଇ ସଚେତନ କରୁଛି ପ୍ରଶାସନ।
ବଡ଼ କଥା ହେଲା ନଗଦ ଭୂସ୍ଖଳନ ହୋଇଥିବାରୁ ବର୍ଷା ଶୁଣିଲେ ଏଠି ଛାତିରେ ଛନକା ପଶୁଛି। ତେଣୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ମୋହନା, ନୂଆଗଡ, ରାୟଗଡ ଏବଂ ଗୁମ୍ମା ବ୍ଲକରେ ଜିଲ୍ଲା ପ୍ରଶାସନ କରିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବାତ୍ୟା ଆଶ୍ରୟସ୍ଥଳୀ ଏବଂ ନିକଟସ୍ଥ ସ୍କୁଲକୁ ପ୍ରସ୍ତୁତ ରଖିବା ସହ ଅଧିକ ବର୍ଷା ହେଲେ ଲୋକଙ୍କୁ ସେଠାକୁ ଚାଲିଯିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ।...
ଆଜି ସରକାରଙ୍କ ପ୍ରସ୍ତୁତି ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ରାଜସ୍ୱ ମନ୍ତ୍ରୀ। ଏସଆରସିଙ୍କ ସହ ପାଣିପାଗ ବିଭାଗର ଅଧିକାରୀ ଏବଂ ପ୍ରଭାବିତ ହେବାକୁ ଥିବା ୧୫ ଜିଲ୍ଲାର ଜିଲ୍ଲାପାଳ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ। ଗ୍ରାଉଣ୍ଡ ଜିରୋର ପ୍ରସ୍ତୁତି ସମୀକ୍ଷା ପରେ ମନ୍ତ୍ରୀ କହିଥିଲେ, 28 ଓ 29 ଦୁଇ ଦିନ ଅବପାତ ଜନିତ ବାତ୍ୟା, ଓଡିଶାକୁ ପ୍ରଭାବିତ କରିବ।
ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଭଦ୍ରକରେ ମଧ୍ୟ ପ୍ରଭାବ ରହିବ।
ସ୍ବାସ୍ଥ୍ୟ, ଶକ୍ତି, ପାନୀୟଜଳ ସହ ଆନୁସାଙ୍ଗିକ ବିଭାଗ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକେ ବିଚଳିତ ନହେବାକୁ କୁହାଯାଇଛି। ଦକ୍ଷିଣ ଓଡିଶା ଜିଲ୍ଲାର ଲୋଲାଇନ ଅଞ୍ଚଳ ଚିହ୍ନଟ କରି ଆବଶ୍ୟକ ହେଲେ ସେଠୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ପାଣି ଓ ଖାଦ୍ୟ ସହ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ଭୂସ୍ଖଳନ ସ୍ଥାନରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।...
ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ସହ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।.....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/montha-preparation-2025-10-25-20-02-57.jpg)