Advertisment

Cyclone ‘Montha’ Makes Landfall: ସିଭିୟର ସାଇକ୍ଲୋନ୍ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ପବନ ଓ ଭୟଙ୍କର ବର୍ଷା ତାଣ୍ଡବରେ ଥରିଲା କାକିନାଡ଼ା

ବଙ୍ଗୋପସାଗର ଭିତରୁ ବଳ ଗୋଟାଇ ଧାଇଁ ଆସୁଥିବା ‘ମୋନ୍ଥା’ ଲ୍ୟାଣ୍ଡଫଲ୍ କରିଛି ଆନ୍ଧ୍ର ଉପକୂଳରେ। କେଉଁଠି କୂଳ ଲଙ୍ଘିଛି ସମୁଦ୍ର ତ ଆଉ ତ କେଉଁଠି ଝଡ଼ ପବନ ସହ ବର୍ଷିଛି ମୂଷଳ ବର୍ଷା।

KAKINADA-LANDFALL

KAKINADA-LANDFALL Photograph: (OTV)

Advertisment

 IMDର ଆକଳନ ସତହେଲା।, ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଝି କାକିନାଡ଼ା ବାଟ ଦେଇ ଏହି ଭୀଷଣ ବାତ୍ୟା ଅତିକ୍ରମ କରୁଛି। ଏସବୁ ଭିତରେ ପ୍ରାକ୍ ବିପର୍ଯ୍ୟୟ ସହ ପ୍ରଶାସନିକ ମୁକାବିଲାର ପ୍ରତିଟି ଦୃଶ୍ୟକୁ ଗ୍ରାଉଣ୍ଡ ଜିରୋରେ କଏଦ୍ କରିଛି ଓଟିଭି।...
ସମୁଦ୍ର ଭିତରେ ବାତ୍ୟା ‘ମୋନ୍ଥା’ର ମନ୍ଥନ। ଉଗ୍ରରୂପ ଧାରଣ କରି ଉପକୂଳରେ ବିପର୍ଯ୍ୟୟର ଆଭାସ ଦେଇସାରିଥିଲା ଅଶାନ୍ତ ଢେଉ...ଘୁ ଘୁ ଗର୍ଜନ ସହ ସାଇଁ ସାଇଁ ପବନ ବହୁଛି...ଆଉ ତାକୁ ନେଇ ଆନ୍ଧ୍ର ଉପକୂଳରେ ଏବେ ଆତଙ୍କର ଛାଇ। କାରଣ ସମୁଦ୍ର ଭିତରୁ ବଳୁଆ ହୋଇ ମାଡ଼ି ଆସିଛି ବାତ୍ୟା ମୋନ୍ଥା। ଲ୍ୟାଣ୍ଡଫଲ କରିଛି । କାରଣ ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଝି କାକିନାଡ଼ା ଦେଇ ଅତିକ୍ରମ କରୁଛି ‘ମୋନ୍ଥା’।

Advertisment

ଆଜି ଦିନ ତମାମ ଜନଶୂନ୍ୟ ହୋଇଯାଇଥିଲା ଉପକୂଳ। କାକିନାଡ଼ା ଉପ୍ପଡ଼ା ଅଞ୍ଚଳର ଦୃଶ୍ୟ ଭୟଙ୍କର ହୋଇପଡିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଲ୍ୟାଣ୍ଡଫଲ୍ ଜୋନରେ ଏବେ ପହଞ୍ଚିସାରିଛି ମୋନ୍ଥା। ଏଇଠି  ଆଜି ସକାଳୁ ମଥା ପିଟୁଥିଲା ସମୁଦ୍ର ଢେଉ। ସବୁଠୁ ବଡ଼ ଚାଲେଞ୍ଜ ହେଉଛି, କାକିନାଡ଼ାରେ ଧନ ଜୀବନ ସୁରକ୍ଷା। କାରଣ ଉପକୂଳରେ ରହିଛି ହଜାର ହଜାର ମତ୍ସ୍ୟଜୀବୀଙ୍କ ଘରଦ୍ବାର। ବାତ୍ୟା ମାଡ଼ରେ ସବୁକିଛି ଉଜୁଡ଼ିଛି ବଢ଼ିଛି ଆଶଙ୍କା।

ଏପରିକି ଉପକୂଳରେ ଲଙ୍ଗର ପକାଇଥିବା ବୋଟ୍ ସହ ଅନ୍ୟାନ୍ୟ ମାଛଧରା ଡଙ୍ଗା ବି କ୍ଷତିଗ୍ରସ୍ତ ହେଉଥିବାର ଜଣାପଡୁଛି। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଇକରେ ଘନ ଘନ ପ୍ରଚାର ସହ ତୁରନ୍ତ ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଲୋକଙ୍କୁ ନିବେଦନ କରୁଥିଲା ସ୍ଥାନୀୟ ପ୍ରଶାସନ। 

Advertisment

ପ୍ରଭାବିତ ଇଲାକାରେ NDRF ଏବଂ SDRF ପହଞ୍ଚି ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଥିଲେ। ତେବେ ସବୁଠୁ ଅଧିକ ଫୋକସରେ ରହିଥିଲା କାକିନାଡ଼ା ଅଞ୍ଚଳ। ସ୍କୁଲ ଘର ଓ ସରକାରୀ କୋଠା ବ୍ୟତୀତ ୫୯ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। NDRFର ୩୦ ଏବଂ SDRFର ୫୦ରୁ ଅଧିକ ଟପ୍ ଅଫିସର ଉପସ୍ଥିତ ରହି ମୁକାବିଲା ପାଇଁ ତୟାରୀ କରିଖିଲେ। ଜିଲ୍ଲାପାଳ ବି ନିଜେ ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ। 

ଆନ୍ଧ୍ରର କାକିନାଡ଼ା ଛଡ଼ା ନେଲୋର୍, ବିଜୟୱାଡ଼ା, ବିଶାଖାପାଟନମ୍ ଆଦି ସମୁଦ୍ରକୂଳିଆ ସ୍ଥାନ ଗୁଡ଼ିକରେ ବି ବର୍ଷା ସହ ପବନ ମାଡ଼ ଜାରି ରହିଛି। କେଉଁଠି ଗତରାତିଠୁ ଲାଗିରହିଛି ବର୍ଷା ତ ଆଉ କେଉଁଠି ଆଜି ଦିନତମାମ ପାଗରେ ପରିବର୍ତ୍ତନ ଘଟି ଶୂନଶାନ୍ କରିଦେଇଛି ସହର ବଜାରକୁ। ଚେନ୍ନାଇ ଉପକୂଳରେ ବି ବାତ୍ୟା ଛନକା। ମାରିନା ଏବଂ ପଟ୍ଟିନାପାକାମ୍ ସମୁଦ୍ରକୂଳରେ ଉଚ୍ଚ ଉଚ୍ଚ ଜୁଆର ସହ ବର୍ଷା ହେଉଛି । ଭୀଷଣ ବାତ୍ୟାର ରୂପ ନେଇଥିବା ‘ମୋନ୍ଥା’ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇ ସ୍ଥଳଭାଗ ଛୁଇଁଛି। କାକିନାଡ଼ାରେ ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଛି। 

Advertisment

Cyclone cyclone montha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ