school Photograph: (OTV)
ପ୍ରବଳ ଶୀତ ଯୋଗୁଁ ଭଦ୍ରକ ଜିଲ୍ଲାରେ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ। ଶନିବାର ସକାଳୁଆ ପରିବର୍ତ୍ତେ ଦିନ ୧୦ଟାରୁ ୪ଟା ପାଠପଢ଼ା। ଆସନ୍ତା ୧୦ ତାରିଖରୁ ଫେବ୍ରୁଆରୀ ୧୪ ଯାଏଁ ଲାଗୁ ହେବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ।
ଏବେ ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୨ ସପ୍ତାହ ଯାଏଁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଭଳି ସ୍ଥିତିକୁ ଦେଖି ଶନିବାର ସ୍କୁଲ ସକାଳୁଆ ପରିବର୍ତ୍ତେ ଦିନ ୧୦ଟାରୁ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଭଦ୍ରକ ଜିଲ୍ଲାପାଳ।
ପୂର୍ବରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଶନିବାର ଦିନ ସକାଳୁଆ ସ୍କୁଲ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅତ୍ୟଧିକ ଶୀତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏବେ ଭଦ୍ରକରେ ସକାଳୁଆ ସ୍କୁଲକୁ ବାରଣ କରାଯାଇଛି ।
ଭଦ୍ରକରେ ସକାଳୁଆ ସ୍କୁଲକୁ ନା
ଶୀତ ଯୋଗୁଁ ଜିଲ୍ଲାରେ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ
ଶନିବାର ସକାଳୁଆ ପରିବର୍ତ୍ତେ ଦିନ ୧୦ଟାରୁ ପାଠପଢ଼ା
ଆସନ୍ତା ୧୦ ତାରିଖରୁ ଫେବ୍ରୁଆରୀ ୧୪ ଯାଏଁ ଲାଗୁ
ପ୍ରବଳ ଶୀତ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/school-2026-01-09-09-46-12.jpg)