Advertisment

Low Pressure: ସୃଷ୍ଟି ହେଲା ଲଘୁଚାପ , ୨୪ରେ ଅବପାତ ସମ୍ଭାବନା...ଚାଷୀଙ୍କ ମନରେ ଛନକା

ସୃଷ୍ଟି ହେଲା ଲଘୁଚାପ। ୨୪ରେ ଅବପାତ ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାଶ୍ବବର୍ତ୍ତୀ ଦକ୍ଷିଣଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃ୍ଷ୍ଟି ହୋଇଛି।

LOW PRESSURE

LOW PRESSURE Photograph: (OTV)

Advertisment

ସୃଷ୍ଟି ହେଲା ଲଘୁଚାପ। ୨୪ରେ ଅବପାତ ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାଶ୍ବବର୍ତ୍ତୀ ଦକ୍ଷିଣଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃ୍ଷ୍ଟି ହୋଇଛି। ଏହା ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି I

Advertisment

ପରବର୍ତ୍ତୀ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି I ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ କରିନି ପାଣିପାଗ ବିଭାଗ ।

ସେପଟେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ I ତାପମାତ୍ରାରେ ଆଉ ଦୁଇରୁ ୩ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ପାଗ ବଦଳି ପାରେ ଓ ଉପକୁଳ ଜିଲ୍ଲାମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ହେବା ସମ୍ଭାବନା ରହିଛି। 

Advertisment

ଲଘୁଚାପ ଆସୁଥିବା ଖବର ପାଇବା ପରେ ଚାଷୀଙ୍କ ମନରେ ଛନକା। ଅଦିନିଆ ବର୍ଷାରେ ଫସଲ ଉଜୁଡିଯିବା ଭୟ ଘାରିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ। ତେଣୁ ତରବରିଆ ଭାବେ ବିଲରେ ଥିବା ପାଚିଲା ଧାନ କାଟିବାରେ ଲାଗି ପଡିଛନ୍ତି ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ