Advertisment

18 Districts Under Yellow Warning: ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବିନିକା ଅଞ୍ଚଳରେ ପ୍ରବଳ ବର୍ଷା

ବର୍ଷା ସହ କୁଆପଥର ମାଡ଼ର ତାଣ୍ଡବ। କୋରାପୁଟ, ବରଗଡ଼, ବାଲେଶ୍ୱର, ସୁବର୍ଣ୍ଣପୁର। ରାଜ୍ୟର ଏହି ୪ ଜିଲ୍ଲାରୁ ଆସିଛି ପ୍ରବଳ ବର୍ଷାର ଖବର। ସୋମବାର କେଉଁଠି ପବନ ସହ କୁଆପଥର ମାଡ଼ ତ ଆଉ କେଉଁଠି ନିର୍ଧୁମ୍ କାଚିଛି ବର୍ଷା।

Rain

Rain Photograph: (OTV)

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ର ତାଣ୍ଡବ। କୋରାପୁଟ, ବରଗଡ଼, ବାଲେଶ୍ୱର, ସୁବର୍ଣ୍ଣପୁର। ରାଜ୍ୟର ଏହି ୪ ଜିଲ୍ଲାରୁ ଆସିଛି ପ୍ରବଳ ବର୍ଷାର ଖବର। ସୋମବାର କେଉଁଠି ପବନ ସହ କୁଆପଥର ମାଡ଼ ତ ଆଉ କେଉଁଠି ନିର୍ଧୁମ୍ କାଚିଛି ବର୍ଷା। ହଠାତ ପବନ ବହିବା ସହ ଦୀର୍ଘ ସମୟ ଧରି ବର୍ଷା ଛେଚିବା ସହ କୁଆପଥର ମାଡ଼ ହୋଇଛି। କୋରପୁଟ ଜିଲ୍ଲାର ପଟାଙ୍ଗି, ଗାଙ୍ଗରାଜପୁର, ଶୁଙ୍କି ଅଂଚଳରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱରର ନୀଳଗିରିରେ ହେଉଛି ବର୍ଷା । ...

Advertisment

ସେହିପରି ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ  କୁଆ ପଛର ମାଡ଼ ସହ ପ୍ରବଳ ବର୍ଷା ଏବଂ ପବନ ବହିଛି। ବିଶେଷ କରି ସିଂଘିଯୁବା, ଜାମପାଲି, ବଲାରଙ୍ଗା, ଦେଣ୍ଡୁପଦର, ସରଗୁଣା, ସିନ୍ଦୁରପୁର, ଖଇରମାଲ ଆଦି ଅଞ୍ଚଳରେ ହଠାତ ଆକାଶ ମେଘାଛନ୍ନ ହେବା ତୁହାକୁତୁହା ବର୍ଷା ଲାଗି ରହିଥିଲା। ଫଳରେ କିଛି ଅଞ୍ଚଳରେ ପ୍ରଭାବିତ ହୋଇଛି ଫସଲ ଅମଳ। ସେପଟେ ଆଜିଠୁ ଦୁଇ ଦିନ ରାଜ୍ୟରେ ଝଡ଼ବର୍ଷା ।

ଆଜି ଓ ଆସନ୍ତାକାଲି ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଜି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବରଗଡ଼ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ..

Advertisment

ଆଜିଠୁ ଦୁଇ ଦିନ ରାଜ୍ୟରେ ଝଡ଼ବର୍ଷା

ଆଜି ଓ ଆସନ୍ତାକାଲି ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ 
ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ର ତାଣ୍ଡବ
୨୫ ତାରିଖ ସକାଳ ଯାଏଁ ଦକ୍ଷିଣ, ପୂର୍ବ ଓ ଉତ୍ତର ଓଡ଼ିଶାରେ ବର୍ଷା 

ଛେଚିଲା ବର୍ଷା, ମାଡ଼ ହେଲା କୁଆ ପଥର 
ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା
ଅପରାହ୍ନରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ଓ ପବନ 
କିଛି ଅଞ୍ଚଳରେ ପ୍ରଭାବିତ ହୋଇଛି ଫସଲ ଅମଳ
ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଲାଗି ରହିବ ବର୍ଷା

Advertisment

Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ