Advertisment

Heavy Rain Alert:ଧୋଇଯିବ ଦଶହରା ପ୍ରବଳ ବର୍ଷିବ, ବର୍ଷା ନେଇ ଆଲର୍ଟ ଜାରି

ବଙ୍ଗୋପସାଗରରେ ସକ୍ରିୟା ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଧୋଇଯାଇପାରେ ଦଶହରା ଓ ରାବଣ ପୋଡ଼ି ମଜା। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।

dasahara

dasahara Photograph: (OTV)

Advertisment

ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଏହା ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଆଜି ମଧ୍ୟରାତ୍ର ଏବଂ ଆସନ୍ତାକାଲି ପାହାନ୍ତିଆ ମଧ୍ୟରେ ଓଡିଶା ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳକୁ ଏହା ପାରାଦ୍ୱୀପରୁ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

Advertisment

ଏହାର ପ୍ରଭାବରେ ଭୁବନେଶ୍ୱର -କଟକ ସମେତ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ତୁହାକୁ ତୁହା ବର୍ଷା ହେବା ସମ୍ଭାବନା ରହିଛି । ଧୋଇଯାଇପାରେ ଦଶହରା ଓ ରାବଣ ପୋଡ଼ି ମଜା। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।

ମୂଷଳଧାରାରେ ବର୍ଷା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୪ଟି ଲେଖାଏଁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଆସନ୍ତାକାଲି ବି ଜାରି ରହିବ ଝଡ଼ବର୍ଷାର ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ ଜାରି ହୋଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୩ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ... 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ