Advertisment

Cyclonic Formation Likely: ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ଅକ୍ଟୋବର ଶେଷ ଆଡକୁ ....

ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।ତେବେ ବାତ୍ୟା ମାସ ଅକ୍ଟୋବର ଶେଷ ଆଡକୁ ସୃଷ୍ଟ ଏ ଲଘୁଚାପ କେଉଁ ରୂପ ନେବ, ବାତ୍ୟା ଆଣିବ କି ତାକୁ ନେଇ ଆଶଙ୍କା ବଢିଛି।

ଅଦ୍ୟତନ ହୋଇଛି
LOW PRESSURE

LOW PRESSURE Photograph: (OTV)

Advertisment

ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।ତେବେ ବାତ୍ୟା ମାସ ଅକ୍ଟୋବର ଶେଷ ଆଡକୁ ସୃଷ୍ଟ ଏ ଲଘୁଚାପ କେଉଁ ରୂପ ନେବ, ବାତ୍ୟା ଆଣିବ କି ତାକୁ ନେଇ ଆଶଙ୍କା ବଢିଛି। କାରଣର ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS , ୟୁରୋପୀୟ ECMWF ମଡେଲ ଇଣ୍ଡିକେସନ ଠିକ ଏହି ଦିଗକୁ ଯାଉଛି।

Advertisment

ପାଣିପାଗ ବିଜ୍ଞାନ ଶରତ ସାହୁଙ୍କର କହିବାର କଥା, ମଡେଲ କହୁଛି ଅଧିକ ଘନୀଭୂତ ହୋଇ ଅତିବେଶୀରେ ବାତ୍ୟା ରୂପ ନେଇପାରେ। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି। ହେଲେ ଏନେଇ ଆଇଏମଡି କୌଣସି ସ୍ପଷ୍ଟ ସୂଚନା ଦେଇନି। ତେବେ ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ଭୟ ରହିଛି। କାହିଁକି ନା ସେଇ ଅକ୍ଟୋବର, ସେଇ ୨୯ ତାରିଖ । ୧୯୯୯ ମହାବାତ୍ୟା ଭୟ ଏବେ ବି ମନରେ ରହିଛି।

ସତ ହେଇଯିବ କି ଆମେରିକୀୟ ପାଣିପାଗ ବିଜ୍ଞାନ ସଂସ୍ଥା GFSର ପୂର୍ବାନୁମାନ ? ୨୯ ତାରିଖ ବେଳକୁ ଓଡ଼ିଶାକୁ ଗ୍ରାସିବ କି ପୁଣି ଏକ ଶକ୍ତିଶାଳୀ ସାଇକ୍ଲୋନ୍ ? ଯେହେତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି, ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ। କାରଣ ଏହି ସମୟରେ ସ୍ଥଳଭାଗ ଥଣ୍ଡା ଥିଲେ ବି ସମୁଦ୍ର ଭିତର ଗରମ ଥାଏ, ଫଳରେ ଗୋଟିଏ ଲଘୁଚାପକୁ ଅନ୍ୟଟି ବଳ ଯୋଗାଏ, ଯାହାକି ଶକ୍ତିଶାଳୀ ହୋଇ ସାଇକ୍ଲୋନ୍ ରୂପ ନେଇଯାଏ।....

Advertisment

ବଙ୍ଗୋପସାଗରରେ ଆସୁଛି ବାତ୍ୟା !
ଅକ୍ଟୋବର ଶେଷ ଆଡକୁ ଛୋଟଧରଣର ବାତ୍ୟା !
ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି
ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା 
ଏହି ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା
୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିକ 
୨୮ ଓ ୨୯ ବେଳକୁ ସ୍ପଷ୍ଟ ହେବ ଚିତ୍ର 
ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS ମଡେଲ କରିଥିଲା ପୂର୍ବାନୁମାନ କୁ ନେଇ ବଢିଲା ଚର୍ଚ୍ଚା
ଇଉରୋପର ECMWF ମଡେଲ ଇଣ୍ଡିକେସନ ବି ଲଗାଇଲା ପୂର୍ବାନୁମାନ 
ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ବାତ୍ୟା ଭୟ ରହିଛି
ସମସ୍ତଙ୍କ ମନରେ ୧୯୯୯ ମହାବାତ୍ୟା ଭୟ ଏବେ ବି ରହିଛି
୨୯ ତାରିଖ ବେଳକୁ ଓଡ଼ିଶାକୁ ଗ୍ରାସିବ କି ପୁଣି ଏକ ଶକ୍ତିଶାଳୀ ସାଇକ୍ଲୋନ୍ ? 
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି, ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି
ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ
ଏହି ସମୟରେ ସ୍ଥଳଭାଗ ଥଣ୍ଡା ଥିଲେ ବି ସମୁଦ୍ର ଭିତର ଗରମ ଥାଏ
 ଫଳରେ ଗୋଟିଏ ଲଘୁଚାପକୁ ଅନ୍ୟଟି ବଳ ଯୋଗାଏ
 ଯାହାକି ଶକ୍ତିଶାଳୀ ହୋଇ ସାଇକ୍ଲୋନ୍ ରୂପ ନେଇଯାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ