CYCLONE Photograph: (OTV)
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ଅପଡେଟ୍ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମୁଦ୍ର ଭିତରେ ବଡ଼ ହଲଚଲ୍ । ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର । ଏହା ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ ବା ୨୭ ତାରିଖ ଗୁରୁବାର ସୁଦ୍ଧା ନେଇପାରେ ବାତ୍ୟା ରୂପ । କ’ଣ ରହିବ ଗତିପଥ ? କେତେ ଶକ୍ତିଶାଳୀ ହେବ ବାତ୍ୟା ? ଓଡ଼ିଶାରେ ପକାଇବ କି ପ୍ରଭାବ ? ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ? ଏହି ଶୀତକାଳୀନ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଚାଲିଛି ନାନା ଆଶଙ୍କା । IMD ମଧ୍ୟ କିଛି ସ୍ପଷ୍ଟ କରିନି ।
ଯୋଡା ଲଘୁଚାପ
ଅନ୍ୟପଟେ ଦ୍ୱନ୍ଦ ବଢାଉଛି ବଙ୍ଗୋପସାଗରରେ ଯୋଡା ଲଘୁଚାପ । ଗୋଟିଏ ମାଲାକ୍କା, ଅନ୍ୟଟି ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଛି । ଗୋଟିଏ ଲଘୁଚାପ ଆଜି ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ ।
ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ । ହେଲେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ସେପଟେ ଅନ୍ୟ ଏକ ସିଷ୍ଟମ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଯାହାକୁ ନେଇ ବଢୁଛି ସସପେନ୍ସ । ଏହି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/25/cyclone-2025-11-25-17-24-55.jpg)