Advertisment

Gajapati Heavy Rain:  ହୁ ହୁ ହୋଇ ବଢୁଛି ପବନ, ଭୟଙ୍କର ପରିସ୍ଥିତି ଦେଖି ଲୋକେ ଛାନିଆ

ଏବେଠୁ ଭାଙ୍ଗିଲାଣି ଘର । ଉପୁଡିଲାଣି ଗଛ, କାଚୁଛି ବର୍ଷା ।  ହୁ ହୁ ହୋଇ ବଢୁଛି ପବନ । ଭୟଙ୍କର ପରିସ୍ଥିତି ଦେଖି ଲୋକେ ଛାନିଆ । ମୋନ୍ଥାର ପ୍ରଭାବରେ କାଚୁଛି ବର୍ଷା ।

MOHANA-MONTHA-HIGH-ALERT

MOHANA-MONTHA-HIGH-ALERT Photograph: (OTV)

Advertisment

ଏବେଠୁ ଭାଙ୍ଗିଲାଣି ଘର । ଉପୁଡିଲାଣି ଗଛ, କାଚୁଛି ବର୍ଷା ।  ହୁ ହୁ ହୋଇ ବଢୁଛି ପବନ । ଭୟଙ୍କର ପରିସ୍ଥିତି ଦେଖି ଲୋକେ ଛାନିଆ । ମୋନ୍ଥାର ପ୍ରଭାବରେ କାଚୁଛି ବର୍ଷା ।କାକାନାଡାରେ କିଛି ସମୟ ଭିତରେ ଭୟଙ୍କର ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍ କରିବ ଯାହା ପ୍ରଭାବରେ ମୁଷଳ ଧାରରେ ବର୍ଷା ସହ ସୁସୁ ପବନ ବହୁଛି । ଆନ୍ଧ୍ର ମୁହିଁ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାର  ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିଲା ଆଉ ସେହି ସବୁ ଜଗାରେ ବର୍ଷା କାଚୁଛି । 

Advertisment

ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଲାଗିରହିଛି l  ବର୍ଷାର ପ୍ରଭାବରେ ଆର୍.ଉଦୟଗିରି ସୁଣ୍ଡରବା ଗାଁ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି l ବହ ବଡ ଗଛ ସବୁ ବାତ୍ୟା ପ୍ରଭାବରେ ଉପୁଡିପଡୁଛି । ରାସ୍ତା ଜାମ୍ ହେଇଯାଇଛି । କିନ୍ତୁ ପ୍ରଶାସନ ସବୁ ସ୍ଥିତି ପାଇଁ ପ୍ରସ୍ତୁତ ରହିଛି । ଗଛ ଉପୁଡି ରାସ୍ତା ଜାମ୍ ହେବା ଖବର ପାଇ ଆର.ଉଦୟଗିରୀ ଅଗ୍ନିଶମ୍ ବାହିନୀ ପହଂଚି ରାସ୍ତାରୁ ଗଛକୁ ହଟାଉଛନ୍ତି l


ବାତ୍ୟା ମୋନ୍ଥାର ପ୍ରଭାବରେବର୍ଷାରେ ଭାଙ୍ଗିଲା ଘର, ଉଡ଼ିଲା ଟିଣ ଛପର ।  ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ମୋହନା ବ୍ଲକ୍ ଆକିଲି ଗାଁର ବାସୁଦେବ ପରିଛାଙ୍କ ଘର ଭୁଶୁଡ଼ି ପଡିଛି l ସେପଟେ ଗାଁର ସୁରଥ ଲିମାଙ୍କ ଟିଣ ଚପର ଉଡି ଯାଇଛି l 

Advertisment

ସେହିଭଳି ବାତ୍ୟା ମୋନ୍ଥା ର ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗିରହିଥିବା ବେଳେ ସନ୍ଧ୍ୟା ଠାରୁ ବର୍ଷା ପରିମାଣ ବଢ଼ିଛି ଏବଂ  ରାତି ତମାମ ମୋହନା, ଆର୍.ଉଦୟଗିରୀ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି l ପ୍ରଶାସନ ପକ୍ଷରୁ ଭୁସ୍ଖଳନ ପ୍ରବଳ ଓ ତଳିଆ ଅଞ୍ଚଳ ଓ  କଚା ଘର ଗୁଡିକରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l ଉପଜିଲ୍ଲାପାଳ , ବିଡ଼ିଓ ଓ ତହସିଲଦାର ବିଭିନ୍ନ ଅଗ୍ରୟ ସ୍ଥଳୀ ଗୁଡ଼ିକ ପରିକ୍ଷା କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି 

ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି l ଏପଟେ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍, ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ସହ କାକିନାଡା ପାଖରେ ହିଟ୍ କରିବ ଆଉ ଓଡିଶାରେ ଛାଡିବ ପ୍ରଭାବ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ