Cyclone Montha Photograph: (OTV)
ଭୀଷଣ ହେବ ସମ୍ଭାବ୍ୟ ସାଇକ୍ଲୋନ ମୋନ୍ଥା। ଆନ୍ଧ୍ର ପ୍ରଦେଶ ଉପକୂଳକୁ ହିଟ୍ କରିପାରେ। ଆଜି ମୋନ୍ଥାର ସମ୍ଭାବ୍ୟ ଗତିପଥ ଓ ଲ୍ୟାଣ୍ଡଫଲ୍ ସ୍ଥାନ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।
ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ର ଉପକୂଳର କାକିନାଡ଼ା ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ। ବାତ୍ୟା ଆଖିରୁ ଓଡ଼ିଶା ବର୍ତ୍ତିଥିଲେ ବି ପ୍ରବଳ ବର୍ଷା ପବନର ପ୍ରଭାବ ରହିବ। ୨୮ ଓ ୨୯ ତାରିଖ ପାଇଁ ଦକ୍ଷିଣ ଓଡ଼ିଶା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ...
ମାଡ଼ି ଆସୁଛି ମୋନ୍ଥା । କେଉଁ ବାଟରେ ଯିବେ, କେଉଁଠି ପିଟିହେବ ? ଆସିଲା ସାଇକ୍ଲୋନର ଲ୍ୟାଣ୍ଡଫଲ ସ୍ପଟ୍ । ଆନ୍ଧ୍ରକୁ ହିଟ୍ କରିବ, ଓଡ଼ିଶାରେ ପ୍ରଭାବ ଝାଡ଼ିବ । ୨୭ରେ ହେବ ସାଇକ୍ଲୋନ୍, ୨୮ରେ ଲ୍ୟାଣ୍ଡଫଲ୍ । ସମୁଦ୍ରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରିବ ମୋନ୍ଥା ।
ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିବ ।
ଏବେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ବାତ୍ୟା ପାଇଁ ତାକତ ଭରୁଛି। ଆକାର ଧାରଣ କରୁଛି, ଶକ୍ତି ଜୁଟାଉଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ହେବ ଡିପ୍ ଡିପ୍ରେସନ୍। ୨୭ ତାରିଖରେ ସୃଷ୍ଟି ହେବ ସାଇକ୍ଲୋନ୍ ମୋନ୍ଥା। କେଉଁ ବାଟ ଦେଇ ଯିବ ? କେଉଁଠି ମାଡ଼ ହେବ ? ମୋନ୍ଥାର ଗତିପଥ ଆନ୍ଧ୍ର ଉପକୂଳକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ବାତ୍ୟା ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ମୁହାଁ ହେବ। ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ର ଉପକୂଳ ପାର କରିବ ମୋନ୍ଥା। ମଚ୍ଛଲିପଟ୍ଟନମରୁ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ସ୍ପଷ୍ଟ କରିଛି। ଭୀଷଣ ବାତ୍ୟା ଭାବରେ ଲ୍ୟାଣ୍ଡଫଲ୍ କରିବ ଓ ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନ ୧୧୦ କିଲୋମିଟର ଛୁଇଁପାରେ। ...
ମୋନ୍ଥା ସାଙ୍ଗରେ ନେଇ ଆସିବ ପ୍ରବଳ ବର୍ଷା ପବନ। ଲ୍ୟାଣ୍ଡଫଲ ପରେ ଆନ୍ଧ୍ର ଉପକୂଳରେ ପ୍ରକୋପ ଦେଖାଇପାରେ। ୨୬ ତାରିଖରୁ ଆରମ୍ଭ ହୋଇଯିବ ବର୍ଷା ପବନ। ୨୭, ୨୮ ଓ ୨୯ରେ ଆନ୍ଧ୍ରରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି। ବାତ୍ୟା ଆଖିରୁ ଓଡ଼ିଶା ବର୍ତ୍ତି ଯାଇଥିଲେ ବି ରାଜ୍ୟରେ ଘାଣ୍ଟିବ ବର୍ଷା ପବନ। ମୂଷଳଧାରାରେ ବର୍ଷିବ, ସାଇଁ ସାଇଁ ବହିବ ପବନ। ୨୮ ତାରିଖରୁ ଓଡ଼ିଶାରେ ଦେଖିବାକୁ ମିଳିପାରେ ମୋନ୍ଥାର ପ୍ରଭାବ। ପ୍ରବଳ ବର୍ଷା ପବନ ପାଇଁ ରେଡ୍ ଜୋନରେ ରହିଛି ଦକ୍ଷିଣ ଓଡ଼ିଶା।
ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା
୨୮ ଓ ୨୯ ତାରିଖ ଦୁଇ ଦିନ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ। ୨୮ ତାରିଖରେ ଅତି ଭୀଷଣ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୨୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ଏବଂ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ପବନର ବେଗ ରହିପାରେ ୫୦ରୁ ୭୦ କିଲୋମିଟର। ବର୍ଷା ପବନରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଭାଙ୍ଗିପାରେ କଚ୍ଚା ଘର, ଛପର ଉଡ଼ିଯିବା ସହ ଉପୁଡ଼ିପାରେ ଗଛ। ବିଦ୍ୟୁତ ଓ ଯୋଗାଯୋଗରେ କ୍ଷେତ୍ରରେ କ୍ଷତି ଆଶଙ୍କା କରାଯାଉଛି। ଧାନ ଓ ପନିପରିବା ନଷ୍ଟ ହେବା ସମ୍ଭାବନା ବି ରହିଛି।
ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଥିପାଇଁ ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି ୨୬ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/cyclone-montha-2025-10-25-19-48-01.jpg)