ODISHA Photograph: (OTV)
ଆସୁଛି ବାତ୍ୟା ମୋନ୍ଥା। ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର। ଗ୍ରାଉଣ୍ଡକୁ ଓହ୍ଲାଇଲେ ଅଧିକାରୀ। ୯ ଜିଲ୍ଲାରେ ଛୁଟି ବାତିଲ। ଦକ୍ଷିଣରୁ ଆରମ୍ଭ କରି ଉପକୂଳ ଓଡିଶା ଯାଏ ସବୁଠି ହାଇ ଆଲର୍ଟ। ପୁରୀ ସମୁଦ୍ର ବେଳାଭୂମିରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି । ପର୍ଯ୍ୟଟକଙ୍କୁ ମାଇକ ଜରିଆରେ ସଚେତନ କରାଯାଉଛି। ପଇଁତରା ମାରୁଛନ୍ତି ଲାଇଫ ଗାର୍ଡ। । ନିଜେ ପୁରୀ ଜିଲ୍ଲାପାଳ ବେଳାଭୂମିକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି ।
ସେହିପରି ପାରାଦ୍ବୀପ ପାଣିପାଗରେ ବଡ ପରିବର୍ତ୍ତନ ଆସି ନ ଥିବା ବେଳେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ମତ୍ସ୍ୟଜୀବୀ ମାନେ ସମୁଦ୍ରରୁ କୂଳକୁ ଫେରୁଛନ୍ତି। ମାଛଧରା ବୋଟ ଗୁଡିକ କୂଳରେ ବନ୍ଧାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ସବୁ ମତ୍ସ୍ୟଜୀବୀ କୂଳକୁ ଫେରିବେ। ଭଦ୍ରକ ଓ ଚାନ୍ଦବାଲି ରେ ଡାକବାଜି ଯନ୍ତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଉଛି। ମତ୍ସ୍ୟଜୀବୀ ମାନେ ସମୁଦ୍ର ମଝିକୁ ମାଛ ମାରିବାକୁ ଯିବା ଉପରେ କଟକଣା ଲାଗିଥିବାରୁ ଗଭୀର ସମୁଦ୍ରକୁ ଡଙ୍ଗା ନେଇ ଯାଉନାହାଁନ୍ତି ମାଛ ଧରାଳି। ଭଦ୍ରକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ବାଲେଶ୍ବର, ମୋହନା, ରାୟଗଡା ଆଦି ସ୍ଥାନରେ ବି ଲୋକଙ୍କୁ ଓ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ଜିଲ୍ଲା ପ୍ରଶାସନ।...
ବାତ୍ୟାର ପ୍ରଭାବ ୧୫ ଜିଲ୍ଲାରେ ପଡିପାରେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସେହିପରି ଗର୍ଭବତୀ ମାନଙ୍କୁ ହସ୍ ପିଟାଲ ଆଣିବା ଲାଗି ଆଶା ଦିଦି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆନ୍ଧ୍ରର କାକିନାଡାରେ ବାତ୍ୟା ଲାଣ୍ଡ ଫଲ୍ କରିବାର ସମ୍ଭାବନା ଥିବାରୁ ମୁଣ୍ଡଳୀରୁ ୩ଟି ଏନ୍ ଡିଆରଏଫ୍ ଟିମ୍ ଆନ୍ଧ୍ର ଯାଇଛି। ଭୁସ୍ଖଳନ, ଜଳବନ୍ଦୀ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି। ସେହିପରି ରିଲିଫ୍, ପ୍ରାଥମିକ ଚିକିତ୍ସା କିଟ୍, ସାପ କାମୁଡା ଔଷଧ ମହଜୁଦ ସହିତ ଜେନେରେଟର ବ୍ୟବସ୍ଥା କରାଯାଇଛି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ।...
ଓଡିଶାରେ ମୋନ୍ଥା ପ୍ରଭାବରେ ଅଧିକ ବୃଷ୍ଟିପାତ ହୋଇପାରେ। ଯାହାକୁ ଦୃଷ୍ଟିରେ ରଖି ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/odisha-2025-10-26-20-58-05.jpg)