Advertisment

BJD Faces Jolt: କାମ ଦେଲାନି ବବିଙ୍କ ଦମ୍ଭ, ବିଜେପିରେ ମିଶିଲେ ବିଜେଡିର ବହୁ ନେତା ଓ କର୍ମୀ

କାମ ଦେଲାନି ବବିଙ୍କ ଦମ୍ଭ, କୋରେଇରେ ଛିଡୁଛି ବିଜେଡି ବଳ। କୋରେଇକୁ ଯଶୋଦା ମାଆ ବୋଲି ଦର୍ଶାଇ ସେଠିକା ରାଜନୀତିରେ ରି ଏଣ୍ଟ୍ରି ଉଦ୍ୟମର ଦି ଦିନ ନଯାଉଣୁ ତାଙ୍କ ଭାଡ଼ି ଛାଡ଼ି ବିଜେପିରେ ମିଶିଗଲେ ବହୁ ବିଜେଡି ନେତା ଓ କର୍ମୀ।

JAJPUR-POLITICS-d

ଯାଜପୁର Photograph: (OTV)

Advertisment

ବାପାଙ୍କ ନିଶ ବଦଳିନି କି କୋରେଇ ଲୋକ ବଦଳିନାହାନ୍ତି ବୋଲି ବବି ଯେଉଁ ଦମ୍ଭ ଦେଖାଇଥିଲେ ତାହା ୪୮ ଘଣ୍ଟା ବି ତିଷ୍ଠିଲାନି। ଏଣେ ବବିଙ୍କୁ ପରୋକ୍ଷରେ ତେରଛା ବାଣ ମାରି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି-ବିଜେଡିର ଅସ୍ଥିତ୍ବ ସଙ୍କଟ ଦେଖି ସେ ଦଳର ନେତା ଏଣୁତେଣୁ ଗପୁଛନ୍ତି।...

Advertisment

ବବିଙ୍କ ଦମ୍ଭର ଦିଟା ଦିନ ଯାଇନି, ହେଲେ ବାପାଙ୍କ ନିଶ ବଙ୍କା ହୋଇଗଲା । ମାଟିର ପୁଅ ଆକାଶ ଦାସଙ୍କ ପତିଆରା ଆହୁରି ବଢ଼ିଗଲା ।
ତାଙ୍କ ଯଶୋଦା ମାଆ କୋରେଇ ନିର୍ବାଚନ ମଣ୍ଡଳୀର ବହୁ ସକ୍ରିୟ ବିଜେଡି ନେତା ଓ କର୍ମୀଙ୍କ ଶଙ୍ଖ ପ୍ରୀତି ଭାଙ୍ଗିଲା । ସେମାନଙ୍କ ମୁଣ୍ଡରେ ଗେରୁଆ ଟୋପି ଓ କାନ୍ଧରେ ପଦ୍ମଫୁଲ ଉତ୍ତରୀୟ ପଡ଼ିଲା ।
ବିଜେପି ବିଧାୟକ ଆକାଶ ଦାସ ନାୟକଙ୍କ ଉପସ୍ଥିତିରେ ଶଙ୍ଖ ଦଳ ଛାଡି ପଦ୍ମଫୁଲ ଧରି ବିଜେଡିକୁ ବାଏ ବାଏ କରିଛନ୍ତି ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଚରା ସାହି, ତଳଗଡ଼, ପାଟରଙ୍ଗା ଓ ବ୍ୟାସନଗର ପୌରାଞ୍ଚଳର ଶତାଧିକ କର୍ମୀ। ଆକାଶ କହିଛନ୍ତି- କୋରେଇ ଗଡ଼ରେ ଏବେ ବିଜେଡି ଛିଡୁଛି। ଗତ ନିର୍ବାଚନ ପରଠୁ ୨୦ରୁ ଅଧିକ ଶଙ୍ଖ ଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପଦ୍ମ ଦଳରେ ସାମିଲ ହେଲେଣି। ଆଗାମୀ ପଞ୍ଚାୟତ ନିର୍ବାଚନରେ କୋରେଇରେ ବିଜେପି କ୍ଲିନ୍ ସ୍ବିପ୍ କରିବ।...
ତେବେ ଏଠି ପ୍ରଶ୍ନ- ଯାହାଙ୍କ ବାପା ସ୍ବର୍ଗତ ଅଶୋକ ଦାସ ଥିଲେ କୋରେଇର ପାଞ୍ଚ ପାଞ୍ଚ ଥରର ବିଧାୟକ। ନିଜେ ପ୍ରଣବ ପ୍ରକାଶ ବି ଥିଲେ ବିଜେଡିର ସାଂଗଠନିକ ସଂପାଦକ। ତାସତ୍ତ୍ବେ ବିଜେଡି କର୍ମୀ ଓ ନେତା କାହିଁକି ତାଙ୍କ ଉପରେ ଆଉ କରିପାରୁ ନାହାନ୍ତି ଭରସା ? ଶଙ୍ଖ ପାର୍ଟିଠୁ ସଂପର୍କ ତୁଟାଇ କାହିଁକି ଧରୁଛନ୍ତି ପଦ୍ମ ? ଯାଜପୁର ରାଜନୀତିକୁ ଅତି ନିକଟରୁ ଦେଖୁଥିବା ରାଜନୀତି ସମୀକ୍ଷକ କହିଛନ୍ତି- ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରଠୁ ଏ ଦଳ ପ୍ରତି କୋରେଇ ବାସୀଙ୍କ ଆସ୍ଥା କମୁଛି।

ବବି ଦାସ କୋରେଇରୁ ନିଜେ ବିଧାୟକ ପ୍ରାର୍ଥୀ ନହୋଇ ତାଙ୍କ ମାଆଙ୍କୁ ଟିକେଟ୍ ଦେବା ଗ୍ରହଣୀୟ ହେଲା ନାହିଁ। ତାସହ ଭାଇ ଲଲଙ୍କ ହାତରେ ବିଜେଡି କମାଣ ଦେବା ମଧ୍ୟ ଅନ୍ୟତମ ଅସନ୍ତୋଷର କାରଣ। ତେଣୁ ଏଭଳି ସ୍ଥିତିରେ ସେ କୋରେଇକୁ ଯଶୋଦା ମାଆ ବୋଲି ଦର୍ଶାଇ ପୁଣି ଏଠିକା ରାଜନୀତିରେ ରି ଏଣ୍ଟ୍ରି କରିବା ଉଦ୍ୟମକୁ ତଳସ୍ତରର କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ଏଣେ ବିଧାୟକ ଆକାଶ ଦାସ ନାୟକ ବବିଙ୍କୁ ପରୋକ୍ଷରେ ତେରଛା ବାଣ ମାରି କହିଛନ୍ତି- ଯେହେତୁ ଏଠି ବିଜେଡିର ଅସ୍ଥିତ୍ବ ସଙ୍କଟ ଜଳ ଜଳ ଦିଶିଲାଣି, ତାହା ଦେଖି ସେ ଦଳର ନେତା ଆତଙ୍କିତ ହୋଇ ପଡ଼ିଛନ୍ତି। ତେବେ ଏ ନେଇ ବିଜେଡି କିମ୍ବା ବବି ଦାସଙ୍କ ପ୍ରତିକ୍ରିୟା ମିଳିନାହିଁ।...
ବିଜେଡି ଗଡ଼ ଯାଜପୁରକୁ ଧୀରେ ଧୀରେ ବିଜେପି ଦଖଲ କରିବା ଆରମ୍ଭ କରିଛି। ୨୪ ନିର୍ବାଚନରେ ଜିଲ୍ଲାର ୭ ବିଧାନସଭା ଆସନରୁ ଚାରିଟି ପଦ୍ମ ଖାତାକୁ ଯାଇଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦବଦବା ଦେଖାଇବା ଲକ୍ଷ୍ୟରେ ଲାଗିଛି ବିଜେପି।

BJD BJP Biju Janata Dal Bobby Das Korei
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ