ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା । ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି ।