ଲ୍ୟାଣ୍ଡଫଲ୍ ପଏଣ୍ଟ, ଲ୍ୟାଣ୍ଡଫଲ୍ ଟାଇମ୍, ଲ୍ୟାଣ୍ଡଫଲ୍ ବେଳର ତୀବ୍ରତା ସବୁ ସ୍ପଷ୍ଟ । ଭିତରକନିକା ଓ ଧାମରା ମଧ୍ୟରେ ହିଁ ସ୍ଥଳଭାଗ ପାର୍ କରିବ ଭୀଷଣ ବାତ୍ୟା- ‘ଦାନା’ । ସମୁଦ୍ର ଭିତରେ ଥାଇ ବି ଭୂ-ଭାଗକୁ ସଙ୍କେତ ଦେଲାଣି ସାଇକ୍ଲୋନ୍ । ଅଶାନ୍ତ ସମୁଦ୍ରରେ ପିଟି ହେଉଛି ଜୁଆର, ପବନ ବହୁଛି, ତା ସାଙ୍ଗକୁ କଳାହାଣ୍ଡିଆ ମେଘ ଆସି ତୁହାକୁ ତୁହା ବର୍ଷା ବି ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଦାନା ସଂପର୍କରେ ସୂଚନା ଦେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- କାଲି ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ, ଏଇ ବେଳରେ ହିଁ ଲ୍ୟାଣ୍ଡଫଲ୍ କରିବ ସିଭିୟର ସାଇକ୍ଲୋନ୍ । ପୁରୀରୁ ସାଗରଦୀପ ମଝି ସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ମଧ୍ୟରେ  ହିଁ ସ୍ଥଳଭାଗ ପାର୍ କରିପାରେ ବାତ୍ୟା । ସେତେବେଳକୁ ତାହା ଭୀଷଣ ରୂପ ନେଇଥିବ ଓ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଥିବ। ପୂରା ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଖାପାଖି ୫ ଘଣ୍ଟା ଧରି ଚାଲିବ ।