Advertisment

ବରିଷ୍ଠ କ୍ରୀଡା ସଂଗଠକ ଆର୍ଶୀବାଦ ବେହେରା ଆଣ୍ଡ କୋ’ ଙ୍କ ୟୁ-ଟର୍ଣ୍ଣ। ବିଜେଡି ଆଉଟ୍-ବିଜେପି ଇନ୍

ଅପରପକ୍ଷେ ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ମଙ୍ଗଳବାର ଫାଓ ସଭାପତି ପଦ ଛାଡ଼ିଥିଲେ ଦେବାଶିଷ।

Advertisment

କ୍ରୀଡ଼ା ଜଗତରେ ହଲଚଲ୍। ବରିଷ୍ଠ କ୍ରୀଡା ସଂଗଠକ ଆର୍ଶୀବାଦ ବେହେରା ଆଣ୍ଡ କୋ’ ଙ୍କ ୟୁ-ଟର୍ଣ୍ଣ। ବିଜେଡି ଆଉଟ୍-ବିଜେପି ଇନ୍। ଫୁଟବଲ ଆସୋସିଏସନ ଅଫ୍ ଓଡିଶା ତଥା ଫାଓ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ସମୀର ଦେ’। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ମାରିଛନ୍ତି ଏଣ୍ଟ୍ରି।

Advertisment

ଗତ ୫ ବର୍ଷ ଧରି ଫାଓ ସଭାପତି ରହିଥିବା ଦେବାଶିଷ, ଚଳିତ ଫାଓ ନିର୍ବାଚନରେ ପୁଣି ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥର ଦେବାଶିଷଙ୍କ ନାଁକୁ ଆଉ କୌଣସି ଫୁଟବଲ୍ କ୍ଲବ ସୁପାରିଶ କରିନଥିଲେ। ଏପରିକି ପ୍ରତିଥର ଦେବାଶିଷଙ୍କ ନାଁକୁ ସୁପାରିଶ କରୁଥିବା ରାଧାରମଣ କ୍ଲବ ବି ହାତ ଛାଡ଼ିଦେଲା। ଅପରପକ୍ଷେ ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ମଙ୍ଗଳବାର ଫାଓ ସଭାପତି ପଦ ଛାଡ଼ିଥିଲେ ଦେବାଶିଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ