ପୁଣି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ପାକିସ୍ତାନ ଟିମ୍ ଭାରତ ଆସିବା ନେଇ ଅନିଶ୍ଚିତତା ରହିଛି ।