Advertisment

ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି

ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।

Advertisment

ଓଡ଼ିଶା ଦେଖିବ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି । ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ହେବ ସ୍ପୋର୍ଟ୍ସ ଭ୍ୟାଲି ବା ଫିଟନେସ୍ ଭ୍ୟାଲି । ଯେଉଁଥିରେ ସ୍ଥାନ ପାଇବ ଆଖି ଝଲସିଲା ଭଳି ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି । ସାଇକିଲିଂ ପାଇଁ ଇଣ୍ଡୋର ଭେଲୋଡ୍ରମ୍, ଆଂପି ଥିଏଟର୍, ୫ କିଲୋମିଟରର ଫିଟନେସ ଟ୍ରାକ୍, ତୀରନ୍ଦାଜୀ ଷ୍ଟାଡିୟମ୍ ସହ ବିିଭିନ୍ନ କ୍ରୀଡ଼ା ବର୍ଗର ହାଇପରଫରମାନ୍ସ ସେଣ୍ଟର । କଳିଙ୍ଗ ଷ୍ଟାଡିୟମଠାରୁ ବଡ଼ ଏବଂ ଆକର୍ଷଣୀୟ ହେବ ଏହି ସ୍ପୋର୍ଟସ ଭ୍ୟାଲି । ଆସନ୍ତା ସେପଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ଏହାର ଭୂମି ପୂଜନ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Advertisment
Bhubaneswar Odisha Sports Minister Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ