Advertisment

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଲେ ବୁମ୍ରା

ଚାମ୍ପିୟନ୍ସ ଟ୍ରଫିରୁ ବୁମରା ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ବିସିସିଆଇ ହର୍ଷିତ ନାଁ ଘୋଷଣା କରିଛି ।

Advertisment

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । କ୍ରିକେଟ୍‌ ପ୍ରେମୀଙ୍କୁ ନିରାଶ କଲେ ବୁମରା । ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଲେ ଯଶପ୍ରୀତ । କଟକ ବାରବାଟୀର ମ୍ୟାଚରେ ଇଣ୍ଡିଆର ଧୂଆଁଧାର ବିଜୟ କ୍ରିକେଟ୍‌ ପ୍ରେମୀଙ୍କୁ ଉତ୍ସାହିତ କରିଥିଲା । ହେଲେ ଏବେ ଚାମ୍ପିୟନ୍ସ ଟ୍ରଫିରୁ ଷ୍ଟାର୍‌ ବୋଲର ଯଶପ୍ରୀତ ବୁମରା ବାଦ୍‌ ପଡ଼ିବା ପରେ କ୍ରିକେଟ୍‌ ପ୍ରେମୀଙ୍କୁ ନିରାଶ କରିଛି । ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ବୁମରା ଆହତ ହୋଇଥିଲେ । ତେଣୁ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ ।

Advertisment
Jasprit Bumrah Team India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ