Last updated: 27 June 2024, 09:35 PM IST
ପୁଣି କ୍ୟାଂପସକୁ ଫେରୁଛି କି ଛାତ୍ର ସଂସଦ ନିର୍ବାଚନ? ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ଥିବା ଏବଂ ସରକାର ଏନେଇ ବିଚାର ବିମର୍ଷ କରୁଥିବା ନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବୟାନ ଏ ଦିଗରେ ନୂଆ ଆଶା ସଂଚାର କରିଛି। ବିଭିନ୍ନ ଛାତ୍ର ସଂଗଠନ ସରକାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଥିଲା ବେଳେ, ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି।