Advertisment

ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର ?

ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର? ପ୍ରଥମେ କେନ୍ଦ୍ର ସରକାରଙ୍କ ଫ୍ଳାଗସିପ୍ ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କଲେନି। ଆଉ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାରମ୍ୱାର ଚିଠି ପରେ ବି ଶିକ୍ଷା ଭିତ୍ତିଭୂମି ସଜାଡିବାକୁ ପିଏମ୍‌ଶ୍ରୀ  ଯୋଜନା ନେଇ ନୀତି ସ୍ପଷ୍ଟ କରୁନି ରାଜ୍ୟ। ଯାହାକୁ ନେଇ ତେଜିଛି ଶ୍ରେୟ ରାଜନୀତି।

Advertisment

ପ୍ରଥମେ ଆୟୁଷ୍ମାନ ଭାରତ। ଆଉ ଏବେ ପିଏମ୍ ଶ୍ରୀ। କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଗ୍ରହଣ କରୁନି ଓଡ଼ିଶା। ଘନେଇଲା ଶ୍ରେୟ ରାଜନୀତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥାର ପରିପନ୍ଥି ବୋଲି କହି ଟାର୍ଗେଟ କଲେ ବିରୋଧୀ। ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମ୍ ଶ୍ରୀ ଯୋଜନା। ଅଧିକାଂଶ ରାଜ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଥିବା ବେଳେ ଓଡ଼ିଶା କିନ୍ତୁ ଏଯାଏ ଚୁକ୍ତି ସ୍ୱାକ୍ଷର କରିନାହିଁ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଅନୁରୋଧ କଲେଣି। ଏହାପରେ ବି ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି କହିଛି ଆୟୁଷ୍ମାନ ଭାରତ ଭଳି
ପିଏମ୍‌ଶ୍ରୀକୁ ଲାଗୁ ନକରି ବିଜେଡି ସରକାର ଶ୍ରେୟ ନେବାକୁ ଚାହୁଁଛି। ଫାଇଭ-ଟି ସ୍କୁଲ୍ ରୁପାନ୍ତୀକରଣର ଅସଲ ଚିତ୍ର ପିଏମ୍ଶ୍ରୀ ଲାଗୁ ହେଲେ ଖୋଲିଯିବାର ଭୟ ରାଜ୍ୟ ସରକାରକୁ ଘାରିଥିବାରୁ କେନ୍ଦ୍ର ସହ ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି। ସେପଟେ କଂଗ୍ରେସ କହିଛି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଯୋଜନାର ସୁଫଳ ରାଜ୍ୟବାସୀ ପାଇବା ଉଚିତ। ଏହାକୁ ନେଇ ଶ୍ରେୟ ରାଜନୀତି କରିବା ଠିକ୍ ନୁହେଁ। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି ପିଏମ୍‌ଶ୍ରୀ ଯୋଜନାକୁ ନେଇ ସରକାର ତର୍ଜମା କରୁଛନ୍ତି।

Advertisment
Odisha Ayushman Bharat PMJAY
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ