୨୦୨୨ ପଂଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜିଲ୍ଲା ପରିଷଦ ସଦସ୍ୟଙ୍କ ସତ୍ୟପାଠକୁ ଅନୁଧ୍ୟାନ କଲା ପରେ ଏଭଳି ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଡିଆର ଅନୁଧ୍ୟାନ କରିଥିବା ୭୨୬ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କ ମଧ୍ୟରୁ ୮୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଆଉ ସେଥିମଧ୍ୟରୁ  ୬୬ଜଣ ବିଜେଡି, ବିଜେପିର ୬ ଓ କଂଗ୍ରେସରୁ ୭ ଜଣ ପ୍ରାର୍ଥୀ ଅଛନ୍ତି ।