Advertisment

ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ !

ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ। ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ।

Advertisment

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା । ନଜର ପକାନ୍ତୁ କିଛି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସ୍ଥିତି ଉପରେ । ଭଦ୍ରକ ଆସନରୁ ବିଧାୟକ ଅଛନ୍ତି ସଞ୍ଜୀବ ମଲ୍ଲିକ। ହେଲେ ଏଠୁ ଗତଥର ଟିକେଟ ଦାବିଦାର ଥିଲେ ପାଞ୍ଚ ଥରର ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ। ହେଲେ ଗତଥର ତାଙ୍କ ଟିକେଟ କାଟି ମ୍ୟାନେଜ କରିବାକୁ ଧରାଇ ଦେଲେ ମତ୍ସ୍ୟ ନିଗମ। କିନ୍ତୁ ବିଦ୍ରୋହ କାରଣରୁ ଏକ ପ୍ରକାର ଅସିତଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଦଖଲ କଲେ ଭଦ୍ରକ ପୌର ପାଳିକା।

Advertisment

ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଏଠି ଦିବଂଗତ ନେତା ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଟିକେଟ ଦାବିଦାର ଥିବା ବେଳେ ବିଦ୍ରୋହୀ ବିପିନ ପ୍ରଧାନ ବି ନଛଡ଼ୋବନ୍ଧା। ଦଳରୁ ବିଦା ହୋଇଥିଲେ ବି ସମର୍ଥକଙ୍କୁ ଧରି ବ୍ଲକ ହାତେଇଛନ୍ତି ବିପିନ। ସେହିପରି ଭୁବନେଶ୍ୱର ଉତ୍ତର ଆସନରୁ ଟିକେଟ ଦାବିଦାର ଏବେର ବିଧାୟକ ସୁଶାନ୍ତ ରାଉତଙ୍କୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର।  

Odisha Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ