ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ମୈଦାନକୁ ଓହ୍ଲାଇ ଆଜି ଶାସକ ଦଳ ଉପରେ ଏମିତି ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ।

ଏହି ଅବସରରେ ବିକାଶ ପ୍ରସଙ୍ଗରେ ଦେଶ ଆଉ ରାଜ୍ୟ ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ତୁଳନାତ୍ମକ ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ତା’ସହ କହିଛନ୍ତି ରାଜ୍ୟରେ ବିଜେପି ସରକାର ଆସିଲେ ଆସାମ ଭଳି ଏଠି ବି ସରକାରୀ ଚାକିରିରେ ଫିକ୍ସିଂ କରୁଥିବା ପ୍ରଭାବଶାଳୀ ଜେଲ୍ ଯିବେ ।