Advertisment

ବିଜେପିକୁ ୧୫ ଲୋକସଭା ସିଟ୍ ଦେବ ବିଜେଡି !

ପୁଣି ବର୍ଷିଲେ କଂଗ୍ରେସ ପ୍ରଭାରୀ। କାଲି ଅଣଓଡ଼ିଆ ଶାସନକୁ ନିଶାନା କରିଥିଲେ। ଆଉ ଆଜି ଆଣିଲେ ସାଙ୍ଘାତିକ ଅଭିଯୋଗ। କାଳେ ୧୫ ସାଂସଦ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ ଡିଲ୍ ହୋଇଛି ଅଭିଯୋଗ ଆଣି, ଉଭୟଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ବିଜେପିକୁ ୧୫ ଲୋକସଭା ସିଟ୍ ଦେବ ବିଜେଡି ! ଏନେଇ ଦୁଇ ଦଳ ଭିତରେ ବୁଝାମଣା ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। କହିଛନ୍ତି, ବିଜେଡି ଓ ବିଜେପି ମିଶିକି ଅଛନ୍ତି। ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ। ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି । ଅଭିଯୋଗ କରିଛନ୍ତି ଖଣି ପଇସା ବାହାରକୁ ଯାଉଛି। ସ୍କୁଲ, ହସ୍ପିଟାଲ ନିର୍ମାଣ ହେଉନି। କେବଳ ବାହାର ବ୍ୟବସାୟୀଙ୍କୁ ଲାଭ ଦିଆଯାଉଛି। ଯେଉଁଠି ବ୍ୟୁରୋକ୍ରାଟ ରାଜ୍ୟ ଚଳେଇବେ ସେଠି ଲୋକେ ଗରିବ ହିଁ ରହିବେ ବୋଲି ଅଭିଯୋଗ କରିଛନ୍ତି ଅଜୟ କୁମାର। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଚାରିପଟର ଲୋକ ଦୁର୍ନୀତିଗ୍ରସ୍ତ ହୋଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ କିପରି ସ୍ୱଚ୍ଛ ବୋଲି ପ୍ରଶ୍ନ କରିଛନ୍ତି। ଜବାବରେ ବିଜେପି କହିଛି, କଂଗ୍ରେସ, ବିଜେଡିରେ ବିକ୍ରି ହୋଇଥିବା ଦଳ। କାହା ସହିତ ମେଣ୍ଟ ନକରି ବିଜେପି ଏକା ଲଢ଼ି ୧୫ଟି ଲୋକସଭା ସିଟରେ ଜିତିବ। ସେପଟେ ବିଜେଡିର ସ୍ପଷ୍ଟୀକରଣ ହେଲା ସବୁଠି ବିଜେପି ସହ ବିଜେଡିର ଲଢେଇ ହେଉଛି। 

Advertisment
Odisha BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ