ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।