Advertisment

କ୍ରାଇମବ୍ରାଞ୍ଚ୍ ଧରିବ ଅସଲି ଦୋଷୀ ?

ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।

Advertisment

ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ୧୧ଟା ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହୋଇଥିଲା ଗୁଳି ମାଡ଼ । ତେଣୁ ସେଇଠି ପ୍ରଥମେ ଛାନବିନ୍ କରିଛି କ୍ରାଇମବ୍ରାଞ୍ଚ୍ । ଗୁଳି କେଉଁ ପଟୁ ନବଙ୍କ ଶରୀରକୁ ବିଦ୍ଧ କରିଥିଲା? ଅଭିଯୁକ୍ତ ଗୋପାଳ କେଉଁଠୁ ଥାଇ ଗୁଳି ମାରିଥିଲା? ଏସବୁକୁ ପୁଣି ଥରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ । ଏସବୁ ଛାନବିନ୍ କରିବା ସହ ଟିମ୍ ସେତେବେଳେ ଗୋପାଳ ଚାକିରି କରୁଥିବା ଗାନ୍ଧି ଛକ ଫାଣ୍ଡି ଯାଇ ପଚରାଉଚରା କରିଛି । ସେଠିକାର କିଛି କର୍ମଚାରୀଙ୍କୁ ଗୋପାଳ ସମ୍ପର୍କରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ ।

Advertisment
Crime Branch Murder Case Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ