Advertisment

ଦୋହଲିଲା ଗଞ୍ଜାମର ବିଜେଡି ଗଡ଼

ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

Advertisment

ଦୋହଲିଲା ଗଞ୍ଜାମ ବିଜେଡି ! ବିପର୍ଯ୍ୟୟର ଗୁମର ଖୋଲିଲେ ଲତିକା। ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଆଉ ଆସ୍କା 'ବିଭୀଷଣ'ଙ୍କ ନାଁରେ ଅଭିଯୋଗ କଲେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଜି ବିଜେଡି ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଖୋଲାଖୋଲି କହିଛନ୍ତି ତାଙ୍କ ପରାଜୟ ପାଇଁ ରଞ୍ଜିତା ହିଁ ଷଡ଼ଯନ୍ତ୍ର କରିଥିଲେ । ବିଜେପି ସହ ସାଲିସ୍ କରି ବିଜେଡିର କ୍ଷତି ଘଟାଇଛନ୍ତି । ଏବେ ବି ସେ ବିଜେପି ସଂପର୍କରେ ଅଛନ୍ତି । ରଞ୍ଜିତା ଗୃହ ଶତ୍ରୁ ବିଭୀଷଣର ଭୂମିକା ତୁଲାଇ ଗଞ୍ଜାମ ଗଡ଼ରେ ବିପର୍ଯ୍ୟୟ ଘଟାଇଲେ। ଯେଉଁଥିପାଇଁ ନବୀନଙ୍କ ନିର୍ବାଚନ ମଣ୍ଡଳୀରେ ବି ମାର୍ଜିନ କମିଲା । ଯଦି ରଞ୍ଜିତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଲତିକା । ସେପଟେ ରଞ୍ଜିତା ଏହାକୁ ଖଣ୍ଡନ କରିବା ସହ କହିଛନ୍ତି ଦଳ ପରାଜୟ ସମ୍ପର୍କରେ ସମୀକ୍ଷା କରାଯାଉଛି ।

Advertisment
Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ