ଝାରସୁଗୁଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଏକାଠି ହୋଇଥିଲେ ବିଜେପିର ପୂରା ଟିମ୍ । ୨୪ ବର୍ଷର କୁଶାସନ, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ସ୍ଥିତି, ନବ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ଟପ୍ ଲିଡର୍ । ଆଉ ବିଜୟର ଆହ୍ୱାନ ବି ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।