ହରତାଳ, ବିକ୍ଷୋଭ, ଧାରଣା, ଚକାଜାମ୍ । ପ୍ରାୟ ଦୁଇ ଘଣ୍ଟା ଧରି ଭୁବନେଶ୍ୱରର ପ୍ରମୁଖ ଛକ ଠପ୍ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପିର ହଲ୍ଲାବୋଲ । ଏଜି ଛକ, ଜୟଦେବ ବିହାର, ସାମନ୍ତରାପୁର, ପଳାଶୁଣି, ଖଣ୍ଡଗିରି ସବୁଠି ବିଜେପି ନେତା ଓ କର୍ମୀଙ୍କ ଜୋରଦାର ଆନ୍ଦୋଳନ । ଜୟଦେବ ଭବନଠାରୁ ଏକ ରାଲିରେ ଦଳୀୟ ନେତା ଓ କର୍ମୀ ଆସି ଏଜି ଛକରେ ପହଞ୍ଚିଥିଲେ । ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଦେଇଥିଲେ ଧାରଣା ।