Advertisment

ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ। ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜାରି ରହିଛି ଗୋହି ଖୋଳାଖୋଳି। ବିଜେପି  ଓ ବିଜେଡି ପରସ୍ପର ବିରୋଧରେ ପୋଲ୍ ଖୋଲି ବ୍ୟକ୍ତିଗତସ୍ତରକୁ ଆସିଲେଣି। କଥା ସେତିକିରେ ସୀମିତି ନାହିଁ । ଏହି ବିବାଦ ଭିତରକୁ ପାଣ୍ଡିୟାନ୍ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପି ଟାଣିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛି ଶାସକ ବିଜେଡ଼ି । ଉଭୟ ଦଳ ପୁରୁଣା ଚାପ୍ଟରକୁ ଖୋଲି ମୁହାଁମୁହିଁ ଅବସ୍ଥାକୁ  ଆସିଯାଇଛନ୍ତି । ଯାହାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି।

Advertisment

ବହୁଦିନ ପରେ ବିଜେପି-ବିଜେଡି ମୁହାମୁହିଁ ହେଲେ ଆଉ ଟକ୍କରା-ଟକ୍କରି ବି ହେଲେ । ୨୦୧୯ ପୂର୍ବରୁ ଯେମିତି ସ୍ଥିତି ଥିଲା, ଏବେ ସେଭଳି ସ୍ଥିତି ଉପୁଜିଛି ଦୁଇ ଦଳ ମଧ୍ୟରେ ।  ଆଉ ଏସବୁ ଆରମ୍ଭ ହୋଇଯାଇଛି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଥାନା ଅଧିକାରିଣୀ ଠେଲାପେଲା ପରେ ଏହା ଘଟଣା ଆହୁରି ତୀବ୍ର ହୋଇଛି । ଜୟନାରାୟଣଙ୍କୁ ଅପରାଧୀ କହି ସିଧା ଆଟାକ୍ କରିଛି ବିଜେଡି। 

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ