ବିଜୁ ଓଡ଼ିଶା ନୁହେଁ ଏଣିକି ବିଜେଡିର 'ନବୀନ ଓଡ଼ିଶା' ନାରା । ବିଜୁ ଜୟନ୍ତୀରୁ ଆରମ୍ଭ ହେଲା ନୂଆ ସଙ୍କଳ୍ପ । ବିଜୁଙ୍କ ସ୍ୱପ୍ନ କହି ୨୩ ବର୍ଷ ଶାସନ ପରେ, ଏବେ ନବୀନ ଓଡ଼ିଶା କାହିଁକି ? ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ଏହି ଚିନ୍ତାଧାରା କି ?

ବିଜୁ ଜୟନ୍ତୀରେ ବିଜେଡି ନେତା ଓ କର୍ମୀମାନେ ନେଇଛନ୍ତି ନବୀନ ଓଡ଼ିଶାର ସଙ୍କଳ୍ପ । ବିଜେଡି ମତରେ, ନବୀନ ଓଡ଼ିଶା ଅର୍ଥାତ ନୂଆ ଓଡ଼ିଶା । ସମୃଦ୍ଧ, ସଶକ୍ତ, ସ୍ୱାଭିମାନ ନବୀନ ଓଡ଼ିଶା । ଅର୍ଥାତ ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିବା ବିକାଶର କଥାକୁ ବ୍ୟାପକ ପ୍ରଚାର, ପ୍ରସାର କରି ଲୋକଙ୍କୁ ଆକୃଷ୍ଟ କରିବା । ତେବେ ବିଜେଡିର ଏହି ନୂଆ କନସେପ୍ଟ କେତେ କାମ ଦେବ ? ଚର୍ଚ୍ଚା ହେଉଛି ଏଣିକି ବିଜୁ ଓଡ଼ିଶା ବନାମ୍ ନବୀନ ଓଡ଼ିଶା ହେବ । ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ନବୀନ ଓଡ଼ିଶା ନାରା ବୋଲି କୁହାଯାଉଛି ।